Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, March 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

  • ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ...

  • ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ...

  • ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

  • ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ...

  • ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ...

  • ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ...

  • ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ...

  • ଏହି ରୋଗୀ ଖାଆନ୍ତୁନି ତରଭୁଜ

  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭିଡ଼ହିଂସା ଓ ନାବାଳିକାଙ୍କୁ ବଳାତ୍କାର କଲେ ଦୋଷୀଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ

ଭିଡ଼ହିଂସା ଓ ନାବାଳିକାଙ୍କୁ ବଳାତ୍କାର କଲେ ଦୋଷୀଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ

2023-08-12 10:25:00
15609
Share:
Facebook
Twitter
E-Mail
WhatsApp
Telegram
ଭିଡ଼ହିଂସା ଓ ନାବାଳିକାଙ୍କୁ ବଳାତ୍କାର କଲେ ଦୋଷୀଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ବ୍ରିଟିଶ୍‌ ଅମଳର ଭାରତୀୟ ଦଣ୍ଡବିଧି ଆଇନ(ଆଇପିସି), ଆପରାଧିକ ଦଣ୍ଡ ସଂହିତା(ସିଆର୍‌ପିସି) ଏବଂ ସାକ୍ଷ୍ୟପ୍ରମାଣ ଆଇନ ହଟିବ। ଏହା ପରିବର୍ତ୍ତେ ଦେଶରେ ନୂଆ ଆଇନ ପ୍ରଣୟନ କରାଯିବ। ଏଥିସକାଶେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭାରେ ୩ଟି ପୃଥକ୍‌ ବିଲ୍‌ ଆଗତ କରିଛନ୍ତି। ପ୍ରସ୍ତାବିତ ଆଇନଗୁଡ଼ିକ ଦେଶର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆଣି ନାଗରିକମାନଙ୍କ ଅଧିକାରଗୁଡ଼ିକୁ ସୁରକ୍ଷା ଦେବ ବୋଲି ଶାହା କହିଛନ୍ତି। ନୂଆ ଆଇନରେ ମହିଳା ଓ ଶିଶୁମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଭିଡ଼ହିଂସା ଓ ନାବାଳିକାଙ୍କୁ ବଳାତ୍କାର କଲେ ଦୋଷୀଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ଦିଆଯିବା ନେଇ ବିଧାନ କରାଯାଇଛି। ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରାଯାଇଛି। ଏଥିରେ ପ୍ରଥମ ଥର ପାଇଁ ଆତଙ୍କବାଦର ସଂଜ୍ଞା ନିରୂପଣ କରାଯାଇଛି। ବିଲ୍‌ରେ ପ୍ରଥମ ଥର ମାମୁଲି ଅପରାଧ ଘଟାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କମ୍ୟୁନିଟି ସର୍ଭିସ୍‌ ପ୍ରଦାନ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା କରାଯାଇଛି। ସିସେସନ(ଅପସାରଣ ବା ପୃଥକ୍‌ ହେବା ପ୍ରକ୍ରିୟା), ସଶସ୍ତ୍ର ବିଦ୍ରୋହ, ବିଧ୍ୱଂସକ ଗତିବିଧି, ବିଚ୍ଛିନ୍ନତାବାଦୀ କାର୍ୟ୍ୟକଳାପ ବା ସାର୍ବଭୌମତ୍ୱକୁ ବିପଦରେ ପକାଇବା ଅଥବା ଭାରତର ଏକତା ଓ ଅଖଣ୍ଡତାକୁ ବିପଦକୁ ଠେଲିଦେବା ଭଳି ନୂଆ ଅପରାଧକୁ ମଧ୍ୟ ଏଥିରେ ତାଲିକାଭୁକ୍ତ କରାଯାଇଛି। ଉପରୋକ୍ତ ବିଲ୍‌ଗୁଡ଼ିକ ଗୃହୀତ ହୋଇ ଆଇନରେ ପରିଣତ ହେଲେ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ସମସ୍ତଙ୍କୁ ସର୍ବାଧିକ ୩ ବର୍ଷ ମଧ୍ୟରେ ନ୍ୟାୟ ପ୍ରଦାନ କରାଯାଇପାରିବ ବୋଲି ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ଶେଷ ଦିନରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଲୋକ ସଭାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ବିଧେୟକ-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ବିଧେୟକ-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ (ବିଏସ୍‌) ବିଧେୟକ-୨୦୨୩ ଆଗତ କରିଛନ୍ତି। ଏହି ୩ ବିଲ୍‌ ଯଥାକ୍ରମେ ଉପନିବେଶ ଯୁଗୀୟ ଇଣ୍ଡିଆନ୍‌ ପେନାଲ କୋଡ୍‌ (ଆଇପିସି)୧୮୬୦, କ୍ରିମିନାଲ ପ୍ରସିଡ୍ୟୁର ଆକ୍ଟ (ସିଆର୍‌ପିସି)୧୮୯୮ ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ୧୮୭୨ର ସ୍ଥାନ ନେବ ବୋଲି ସେ ଗୃହକୁ ସୂଚନା ଦେଇଛନ୍ତି। ଶାହା ଆହୁରି କହିଛନ୍ତି, ଦେଶବାସୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ସକାଶେ ଏବଂ ଲୋକଙ୍କ ସାମ୍ପ୍ରତିକ ଆବଶ୍ୟକତା ଓ ଆଶାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ ଅଣାଯାଇଛି। ନୂଆ ଆଇନର ଲକ୍ଷ୍ୟ ଦଣ୍ଡ ଦେବା ନୁହେଁ, ବରଂ ନ୍ୟାୟ ପ୍ରଦାନ କରିବା। ଅପରାଧ ରୋକିବାର ଭାବାବେଗ ସୃଷ୍ଟି ପାଇଁ ଅପରାଧୀଙ୍କୁ ଦଣ୍ଡ ଦିଆଯିବ। ବ୍ରିଟିଶମାନେ ପ୍ରଣୟନ କରିଥିବା ଆଇନ ଦାସତ୍ୱର ପ୍ରତୀକ। ଏହାକୁ ସେମାନେ ନିଜ ଶାସନକୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କୁ ଦଣ୍ଡିତ କରିବା ପାଇଁ ଆଣିଥିଲେ ବୋଲି ଶାହା କହିବା ସହ ୩ ବିଲ୍‌କୁ ଯାଞ୍ଚ ଲାଗି ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ସ୍ଥାୟୀ ସଂସଦୀୟ କମିଟିକୁ ପଠାଇବା ସକାଶେ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଅନୁରୋଧ କରିଛନ୍ତି।

Powered by Froala Editor

Tags Death sentence

Related articles Odisha News Lens 4.1

  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ
    ଦେଶ-ଦେଶାନ୍ତର

    ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ

    14481
    Mar 11, 2026
  • ପେଇଂ ଗେଷ୍ଟଙ୍କୁ  ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15189
    Mar 12, 2026
  • ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

    14097
    Mar 12, 2026
  • ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ପୁଲିସର ଦ୍ୱାରସ୍ଥ
    ମନୋରଞ୍ଜନ

    ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ପୁଲିସର ଦ୍ୱାରସ୍ଥ

    13782
    Mar 12, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା
    ବିଶେଷ

    ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13277
    Mar 12, 2026
  •  ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15466
    Mar 12, 2026
  • ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ବାୟୁସେନାର ହେଲିକପ୍ଟର ମୁତୟନ
    ଦେଶ-ଦେଶାନ୍ତର

    ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ବାୟୁସେନାର ହେଲିକପ୍ଟର ମୁତୟନ

    14590
    Mar 12, 2026
  • ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ଯୁଦ୍ଧର ପ୍ରଭାବ
    ଦେଶ-ଦେଶାନ୍ତର

    ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ଯୁଦ୍ଧର ପ୍ରଭାବ

    14567
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ
    ବିଶେଷ

    ଏହି ରୋଗୀ ଖାଆନ୍ତୁନି ତରଭୁଜ

    13965
    Mar 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ବାୟୁସେନାର ହେଲିକପ୍ଟର ମୁତୟନ

    14590
    Mar 12, 2026
  • ବିଶେଷ

    ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13277
    Mar 12, 2026
  • ଦେଶ-ଦେଶାନ୍ତର

    ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

    14097
    Mar 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17365
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17429
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17776
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16249
    Apr 03, 2021

ବିଶେଷ

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13277
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    13965
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15026
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14780
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15225
    Mar 05, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15674
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15134
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14984
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14497
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ପୁଲିସର ଦ୍ୱାରସ୍ଥ

    13782
    Mar 12, 2026
  • ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

    14097
    Mar 12, 2026
  • ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15466
    Mar 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In