୯୦୦ ଥିଏଟର୍ସରେ ରିଲିଜ ହେଲା ‘ଜେଲର୍ସ’

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ’ଜେଲର’ ରିଲିଜ ହୋଇଛି । ତାମିଲନାଡୁର ୯ଶହ ଥିଏଟର୍ସରେ ଜେଲର ରିଲିଜ ହୋଇଛି । ତାମିଲ ଭାଷାରେ ନିର୍ମିତ ଏହି ଫିଲ୍ମକୁ ହିନ୍ଦୀ ଓ ଅନ୍ୟ ଭାଷାରେ ଡବିଂ କରାଯାଇଛି ।
ଫିଲ୍ମରେ ରଜନୀକାନ୍ତ ଜେଲର ଭୂମିକାରେ ନଜର ଆସିଛନ୍ତ। ପ୍ରି-ବୁକିଂରେ ଫିଲ୍ମ ୧୪କୋଟି ୧୮ ଲକ୍ଷ ରୋଜଗାର କରିଛି । ପ୍ରଥମ ଦିନରେ ଫିଲ୍ମ ୪୦ରୁ ୪୫ କୋଟି କଲେକ୍ସନ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି ।
ସାଉଥରେ ହେଉକି ବଲିଉଡରେ । ରଜନୀକାନ୍ତଙ୍କ ଫ୍ୟାନ୍ସ ତାଙ୍କୁ ଭଗବାନ ଭଳି ପୂଜା କରନ୍ତି । ତେଣୁ ଜେଲର ରିଲିଜ ହେବା ପରେ ସହରରେ ଧୁମ୍ ମଚାଇଛନ୍ତି ଫ୍ୟାନ୍ସ । ଫ୍ୟାନ୍ସମାନେ ସହରରେ ଲାଗିଥିବା ରଜନୀକାନ୍ତଙ୍କ ପୋଷ୍ଟରରେ କ୍ଷୀର ଢାଳିବା ସହ ବାଜା ବଜାଇ ଖୁସି ମନାଇଛନ୍ତି ।
Powered by Froala Editor