ମଣିପୁର ହିଂସା : ଆଉ ଜଣେ ମହିଳା କହିଲେ ସେ ରାତିର କାହାଣୀ, ଘର ଜଳୁଥିଲା କିନ୍ତୁ ଗଣବଳାତ୍କାର କଲେ ହିଂସାକାରୀ
ମଣିପୁରରୁ ପୁଣି ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ଗଣଦୁଷ୍କର୍ମ ଘଟଣା ମେ’ ମାସରେ ଘଟିଥିବା ବେଳେ ପୀଡ଼ିତା ଜଣଙ୍କ ଏବେ ଗୋଟିଏ ରିଲିଫ କ୍ୟାମ୍ପରେ ରହିଛନ୍ତି। ସେ ନିକଟରେ ପୁଲିସ୍ରେ ଅଭିଯୋଗ କରିବାରୁ ପୂରା ଘଟଣା ଲୋକଲୋଚନକୁ ଆସିଛି।
ଚୁରାଚାନ୍ଦପୁର ଜିଲ୍ଲାର ଜଣେ ୩୭ ବର୍ଷୀୟା ମହିଳା ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ଦୁଇ ପୁଅ, ଝିଆରୀ ଏବଂ ଭାଉଜଙ୍କ ସହ ତାଙ୍କ ଜଳୁଥିବା ଘରୁ ପଳାଉଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ମେ’ ୩ ତାରିଖରେ କୁକିମାନଙ୍କ ଦ୍ୱାରା ଜିଲ୍ଲାରେ ହୋଇଥିବା ଏକ ରାଲି ପରେ ହିଂସା କାଣ୍ଡ ଘଟିବା ସହ ଦୁର୍ବୃତ୍ତମାନେ ତାଙ୍କ ଘରେ ନିଆଁ ଲଗାଇଦେବା ପରେ ଏହି ଘଟଣା ଘଟିଥିଲା। ଘରୁ ପଳାଉଥିବା ବେଳେ କିଛି ପୁରୁଷ ଲୋକ ତାଙ୍କୁ ଧରି ପକାଇଥିଲେ। ଏହାପରେ ତାଙ୍କୁ ନିର୍ଯାତନା ଦେଇ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ।
ପୀଡ଼ିତା ଜଣଙ୍କ କହିଛନ୍ତି, “ନିଜର ଓ ପରିବାରର ସମ୍ମାନ ପାଇଁ ମୁଁ ଏକଥା କାହାକୁ କହି ନଥିଲି। ବିଷ୍ଣୁପୁର ପୁଲିସ୍ ଷ୍ଟେସନରେ ରୁଜୁ ଜିରୋ ଏଫଆଇଆର୍ରେ ମହିଳା ଜଣଙ୍କ ଏକଥା କହିଛନ୍ତି। ବର୍ତ୍ତମାନ ସେ ଗୋଟିଏ ରିଲଫ କ୍ୟାମ୍ପରେ ରହିଛନ୍ତି।
Powered by Froala Editor