Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ...

  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ...

  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ...

  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ...

  • ଆଖି ଭ୍ରୁଲତାରେ ଦାନ୍ତ

  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ...

  • ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ...

  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ...

  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

2023-08-10 03:28:55
14492
Share:
Facebook
Twitter
E-Mail
WhatsApp
Telegram
ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତ ଛାଡ ଆନ୍ଦୋଳନ ଡାକରାର ୮୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶରେ ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଗାଁ, ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ଏହି ଆନ୍ଦୋଳନକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ଅପିଲ୍ କରିଛନ୍ତି ଶ୍ରୀ ପ୍ରଧାନ ।  

ଏହି ଭିଡିଓ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ଏକ ସ୍ମରଣୀୟ ଓ ପ୍ରେରଣାଦାୟୀ ଦିନ । ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଅଂହିସାର ପୂଜାରୀ ପୂଜ୍ୟ ବାପୁ ଇଂରେଜ ଶାସକଙ୍କ ବିରୋଧରେ ‘ଭାରତ ଛାଡ’ ଆନ୍ଦୋଳନ ଡାକରା ଦେଇଥିଲେ । ଗାନ୍ଧିଜୀଙ୍କ ଏହି ପ୍ରେରଣାଦାୟୀ ଡାକରା ବ୍ରିଟିଶ ସରକାରଙ୍କୁ ଭୟଭୀତ କରାଇ ଦେଇଥିଲା ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଏକ ନିର୍ଣ୍ଣାୟକ ମୋଡ ଦେଇଥିଲା । ଆମ ରାଜ୍ୟ ଓଡ଼ିଶାରେ ଗାନ୍ଧିଜୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାର ପ୍ରଭାବ ସାଧାରଣ ଲୋକଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ନୂଆ ଉଦ୍ଦୀପନା ଆଣିଦେଇଥିଲା । ଗାନ୍ଧିଜୀଙ୍କ ଡାକରାରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ତଥା ଅନେକ ପ୍ରମୁଖ ନେତୃମଣ୍ଡଳୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ।

ଗାନ୍ଧିଜୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଓଡ଼ିଶାର ବରପୁତ୍ର ପବିତ୍ରମୋହନ ପ୍ରଧାନ ୧୯୪୨ରେ ଜେଲରୁ ଖସି ଆସି ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇ ନିଜର ଅନନ୍ୟ ସାହସର ପରିଚୟ ଦେଇଥିଲେ । କୋରାପୁଟର ଲକ୍ଷ୍ମଣ ନାଏକ ଫାଶୀ ଖୁଣ୍ଟରେ ପ୍ରାଣବଳୀ ଦେବା ଦେଶପ୍ରୀତିର ଚରମ ନିଦର୍ଶନ । ବରଗଡ଼ର ପାଣିମୋରା ଗାଁରୁ ୩୬ ଜଣ ଯୁବକ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିବା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଉଜ୍ଜ୍ୱଳ ଅଧ୍ୟାୟ । ଭଦ୍ରକର ଇରମ ଠାରେ ବ୍ରିଟିଶଙ୍କ ଗୁଳିମାଡରେ ୨୯ ଜଣ ସଂଗ୍ରାମୀ ଶହୀଦ ହେବା, ନବରଙ୍ଗପୁରର ପାପଡାହାଣ୍ଡି ଠାରେ ୧୯ ଜଣ ଶହୀଦ ପ୍ରାଣବଳୀ ଦେବା ଇତ୍ୟାଦି ୧୯୪୨ର ‘ଭାରତ ଛାଡ’ ଆନ୍ଦୋଳନର ଅବିସ୍ମରଣୀୟ ଘଟଣା । ସେହି ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦ ମାନଙ୍କ ପ୍ରାଣବଳୀ ଦ୍ୱାରା ମିଳିଥିବା ସ୍ୱାଧୀନତା ଆମ ଭାରତବର୍ଷକୁ ଗାରିମାମୟ କରିଛି ।

ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରି ସାରିଛି । ଭାରତବର୍ଷ “ଅମୃତକାଳ”ରେ ପ୍ରବେଶ କରିଛି ଏବଂ ୨୦୪୭ ବେଳକୁ ଏକ ବିକଶିତ ରାଷ୍ଟ୍ର ହେବାର ସଂକଳ୍ପ ନେଇଛି । ଅତ୍ୟନ୍ତ ଖୁସି ଏବଂ ଗର୍ବର ବିଷୟ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱରେ ସମଗ୍ର ବିଶ୍ୱରେ ଭାରତବର୍ଷ ଏକ ଦାୟିତ୍ୱସମ୍ପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ନୂଆ ପରିଚୟ ସୃଷ୍ଟି କରିଛି । ଭାରତବର୍ଷର ଜନକଲ୍ୟାଣକାରୀ ଏବଂ ସମାବେଶୀ ନୀତି ସାଧାରଣ ମଣିଷର ଜୀବନଶୈଳୀକୁ ସୁରକ୍ଷିତ ଓ ଦୃଢ କରିଛି । ମହିଳା, ଯୁବପିଢି ତଥା ବଞ୍ଚିତ ବର୍ଗର ଲୋକମାନେ ଆଜି ଆଶା ଓ ଉତ୍ସାହର ସହ ନିଜ ପରିବାର ଏବଂ ସମାଜ ପାଇଁ ମୂଲ୍ୟବାନ ଯୋଗଦାନ ରଖୁଛନ୍ତି । କିନ୍ତୁ ଭାରତବର୍ଷର ପ୍ରଗତିରେ ଭ୍ରଷ୍ଟାଚାର, ବଂଶବାଦ ଓ ତୁଷ୍ଟୀକରଣ ମନୋବୃତ୍ତି ଆଧାରିତ ରାଜନୀତି ବାଧକ ସାଜିଛି । ଏହି ସବୁ ବିଷୟ, ଭାରତବର୍ଷକୁ ଏକ ପ୍ରଗତିଶୀଳ, ବିକଶିତ ଏବଂ ସ୍ଥିର ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢି ତୋଳିବାର ପ୍ରକ୍ରିୟାରେ ବାଧକ ହୋଇଛି । ସାଧାରଣ ଭାରତୀୟ ମାନଙ୍କର ନ୍ୟାୟପୂର୍ଣ୍ଣ, ଭ୍ରଷ୍ଟାଚାର ତଥା ଅରାଜକତା ମୁକ୍ତ ଶାସନ ପାଇବାରେ ପ୍ରତିବନ୍ଧକ ସାଜୁଛି ।

ତେଣୁ ଗାନ୍ଧିଜୀଙ୍କ ୧୯୪୨ର ଭାରତ ଛାଡ ଆନ୍ଦୋଳନର ପ୍ରାସଙ୍ଗିକତା ଆଜି ଆହୁରି ବଢିଯାଇଛି । ଆଜି ଆମେ ସମସ୍ତେ ଏହି ଭ୍ରଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟିକରଣ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା । ଭ୍ରାଷ୍ଟାଚାରୀ, ବଂଶବାଦୀ ଓ ତୁଷ୍ଟିକରଣ ରାଜନୀତି କରୁଥିବା ଅପଶକ୍ତି ମାନଙ୍କ ଠାରୁ ଭାରତକୁ ସୁରକ୍ଷିତ ରଖିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା । ଏହି ନୂତନ ଭାରତ ଛାଡ ଆନ୍ଦୋଳନ ହିଁ ଗାନ୍ଧିଜୀଙ୍କ ପରିକଳ୍ପିତ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ବିକଶିତ ଭାରତବର୍ଷ ନିର୍ମାଣକୁ ସୁନିଶ୍ଚିତ କରିବ । ଏହା ହିଁ ଆଜି ଦିନରେ ଗାନ୍ଧିଜୀ ଏବଂ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦ ମାନଙ୍କ ପ୍ରତି ସର୍ବୋକୃଷ୍ଟ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ।

Powered by Froala Editor

Tags Dharmendra Pradhan

Related articles Odisha News Lens 4.1

  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ
    ଦେଶ-ଦେଶାନ୍ତର

    ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ

    15682
    Oct 19, 2026
  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    14186
    Oct 18, 2026
  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ

    15159
    Oct 20, 2026
  • ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ
    ଦେଶ-ଦେଶାନ୍ତର

    ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ

    15322
    Oct 19, 2026
  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି
    ଦେଶ-ଦେଶାନ୍ତର

    ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

    14529
    Oct 20, 2026
  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ
    ଦେଶ-ଦେଶାନ୍ତର

    ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ

    14128
    Oct 19, 2026
  • ଆଖି ଭ୍ରୁଲତାରେ ଦାନ୍ତ
    ଦେଶ-ଦେଶାନ୍ତର

    ଆଖି ଭ୍ରୁଲତାରେ ଦାନ୍ତ

    15002
    Oct 19, 2026
  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ
    ଦେଶ-ଦେଶାନ୍ତର

    ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ

    15397
    Oct 20, 2026
  •  ବିଜୟାଦଶମୀରେ  ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ
    ଦେଶ-ଦେଶାନ୍ତର

    ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ

    15180
    Oct 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    14186
    Oct 18, 2026
  • ଦେଶ-ଦେଶାନ୍ତର

    ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ

    15397
    Oct 20, 2026
  • ଦେଶ-ଦେଶାନ୍ତର

    ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ

    15180
    Oct 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17198
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17891
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17840
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18264
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14578
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15393
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14734
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14829
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15832
    Sep 29, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14627
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13993
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15112
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15821
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    14153
    Oct 18, 2026
  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

    14529
    Oct 20, 2026
  • ଆଖି ଭ୍ରୁଲତାରେ ଦାନ୍ତ

    15002
    Oct 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In