ପୁଣିଥରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବେ । ନିଜର ପଦଯାତ୍ରାର ଦ୍ୱିତୀୟ ପର୍ୟ୍ୟାୟରେ ସେ ଗୁଜରାଟରୁ ମେଘାଳୟକୁ ଯାତ୍ରା କରିବେ । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟେଲ ଗଣମାଧ୍ୟମକୁ ସୂଚନା ଦେଇ ଏହି ଖବର ଦେଇଛନ୍ତି । ଏହି ସମୟରେ ବିଭିନ୍ନ ରାଜ୍ୟରେ ମଧ୍ୟ ନେତା ମାନେ ସମାନ୍ତରାଳ ପଦଯାତ୍ରା କରିବେ । ପଟେଲ ଆହୁରି ମଧ୍ୟ କହିଥିଲେ, ଯେ ପ୍ରମୁଖ ନେତା ମାନେ ପଶ୍ଚିମର ବିଭିନ୍ନ ରାଜ୍ୟରେ ପଦଯାତ୍ରା କରି ଏହାର ନେତୃତ୍ୱ ନେବେ ।
Powered by Froala Editor