ବାଦ୍ଶାହାଙ୍କ ରାପ୍ରେ ଝୁମିବେ ଜ୍ୟାକ୍ଲିନ୍

ମୁମ୍ବାଇ: ରାପର୍ କିଙ୍ଗ ବାଦ୍ଶାହା ଓ ସିଂହଳୀ ସୁନ୍ଦରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମ୍ୟୁଜିକ ଆଲବମ୍ ‘ଗେନ୍ଦା ଫୁଲ୍’ର ଏଯାଏଁ ସରିନି କ୍ରେଜ୍। ବିବାହ ହେଉ ଅବା କୌଣସି ଫଙ୍କସନ୍ ସବୁଠୁ ଛାଇ ଯାଏ “ବଡ ଲୋକର ବେଟି…”। ଏହି ଗୀତର ତାଳେ ତାଳେ ନାଚିବାକୁ ପସନ୍ଦ କରନ୍ତି ଯୁବପିଢ଼ୀ । ଗୀତରେ ଅଭିନୟ କରିଥିବା ଜ୍ୟାକ୍ଲିନ୍ ଓ ବାଦ୍ଶାହାଙ୍କ ଯୋଡିକୁ ବି ଦର୍ଶକ ବେଶ ପସନ୍ଦ କରୁଛନ୍ତି। ଏବେ ପୁଣିଥରେ ବାଦ୍ଶାହାଙ୍କ ରାପ୍ରେ ଝୁମିବାକୁ ଯାଉଛନ୍ତି ଜ୍ୟାକ୍ଲିନ୍। ଖୁବଶୀଘ୍ର ଆସିବାକୁ ଯାଉଛି ଉଭୟଙ୍କ ଆଉ ଏକ ଦମ୍ଦାର ମ୍ୟୁଜିକ ଆଲବମ ‘ପାନି ପାନି’।
ନିକଟରେ ଏହି ମ୍ୟୁଜିକ ଆଲବମ୍ରେ ଫାଷ୍ଟଲୁକ୍ ରିଲିଜ ହୋଇଛି। ଏଥିରେ ବାଦ୍ଶାହା ଓ ଜ୍ୟାକ୍ଲିନଙ୍କ ରୋମାଣ୍ଟିକ୍ ଲୁକ୍ ଦେଖିବାକୁ ମିଳିଛି। ପୁରା ଦେଶୀ ଲୁକ୍ରେ ଜ୍ୟାକ୍ଲିନ୍ ନଜର ଆସିଛନ୍ତି। ଏହି ପୋଷ୍ଟରକୁ ଦେଖି ଅନୁମାନ କରାଯାଉଛି ଯେ, ବାଦ୍ଶାହାଙ୍କ ଏହା ରୋମାଣ୍ଟିକ ଗୀତ ହୋଇଥିବ।
Powered by Froala Editor