ମନି ଲଣ୍ଡରିଂ ମାମଲା : ହେମନ୍ତ ସୋରେନଙ୍କୁ ଇଡି ସମନ୍

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ସମନ କରାଯାଇଛି। ତାଙ୍କୁ ଆସନ୍ତା ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଛି। କେଉଁ ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ସମନ କରିଛି, ସେକଥା ଜଣାପଡ଼ିନି। କିନ୍ତୁ ଜମି କାରବାର ମାମଲାରେ ଇଡି ରୁଜୁ କରିଥିବା ଗୋଟିଏ ମନି ଲଣ୍ତରିଂ ମାମଲାରେ ଇଡି ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଜାଣିବା ପାଇଁ ସମନ କରିଥିବା କୁହାଯାଇଛି।
ଯେଉଁଥିରେ ପାଖାପାଖି ୧୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରଙ୍କୁ ଇଡି ଗିରଫ କରିସାରିଛି। ପୂର୍ବରୁ ବେଆଇନ ଖଣି ଖନନ ମାମଲାରେ ହେମନ୍ତ ସୋରେନଙ୍କୁ ଗତବର୍ଷ ନଭେମ୍ବରରେ ଇଡି ଜେରା କରିଥିଲା। ରାଞ୍ଚି ଅଫିସରେ ଦୀର୍ଘ ୧୦ ଘଣ୍ଟା କାଳ ଇଡିର ଅଧିକାରୀମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଏବେ ଜମି କାରବାର ମାମଲାରେ ଇଡି ତାଙ୍କୁ ପୁଣି ସମନ କରିଛି।
Powered by Froala Editor