ରାସ୍ତାରେ ଯୁବତୀଙ୍କ ପୋଷାକ ଚିରି ଦେଲା ପୁଅ, ଚୁପଚାପ ଦେଖୁଥିଲା ମା’

ଜଣେ ମଦ୍ୟପ ଯୁବକ ବିଚ୍ ରାସ୍ତାରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ନିବସ୍ତ୍ର କରି ଦେବା ଭଳି କାଣ୍ଡ ଘଟାଇଛି। ମଦ ନିଶାରେ ଯୁବକ ଜଣଙ୍କ ବିଚ୍ ରାସ୍ତାରେ ଏପରି କାମ କରିଥିବା ବେଳେ ସେଠାରେ ତା’ ମା ମଧ୍ୟ ଉପସ୍ଥିତ ଥିଲା। ହେଲେ ସେ କୌଣସି ପ୍ରକାରର ସହଯୋଗ କରି ନଥିଲା। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାଲାଜୀ ନଗର ରାସ୍ତାରେ ଏହି ଘଟଣା ଘଟିଛି। ଏହାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଯୁବତୀଜଣକ ରବିବାର ରାତି ପ୍ରାୟ ୮ଟା ସମୟରେ ଏକ ପୋଷାକ ଦୋକାନରୁ ଫେରୁଥିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିଥିଲେ। ଏନେଇ ଯୁବତୀ ଆପତ୍ତି କରିବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବିତର୍କ ବଢ଼ିବାରୁ ଯୁବକଜଣକ ରାଗରେ ଯୁବତୀଙ୍କ ପୋଷାକ ଚିିରି ତାଙ୍କୁ ଉଲଗ୍ନ କରିଦେଇଥିଲେ। ଏହା ଦେଖି ରାସ୍ତାରେ ଯାଉଥିବା ଆଉ ଜଣେ ଯୁବତୀ, ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଯୁବକଜଣକ ତାଙ୍କ ସହ ମଧ୍ୟ ଝଗଡ଼ା କରିଥିଲେ। ଏମଧ୍ୟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ତେବେ ପୀଡ଼ିତା ଉଲଗ୍ନ ଥିବା ଦେଖି କିଛି ମହିଳା ତାଙ୍କ ଶରୀରକୁ ଏକ ଜରି ସାହାଯ୍ୟରେ ଘୋଡାଇ ଦେଇଥିଲେ। କୁହାଯାଉଛି ଯେ, ପୁଅ ଏସବୁ କରୁଥିବା ବେଳେ ଚୁପ ହୋଇ ଦେଖୁଥିଲେ ତାଙ୍କ ମା'।
Powered by Froala Editor