ବ୍ୟାପିଲାଣି କୋଭିଡର ନୂଆ ଭାରିଆଣ୍ଟ ଏରିସ୍

କରୋନାର ନୂଆ ଭାରିଏଣ୍ଟ EG.5.1 ଏବେ ବ୍ରିଟେନରେ ବ୍ୟାପିବାରେ ଲାଗିଛି। ଓମିକ୍ରନ ପ୍ରଜାତିର ଏହି ଭାରିଏଣ୍ଟ ଦ୍ରୁତ ଗତିରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ ପହଞ୍ଚୁ ଥିବାରୁ ବ୍ରିଟେନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଚିନ୍ତା ବଢ଼ି ଯାଇଛି। EG.5.1କୁ ଏରିସ କୁହାଯାଉଥିବାବେଳେ ଗତମାସରେ ଏହି ଭାରିଆଣ୍ଟକୁ ବିଭିନ୍ନ ସ୍ଥାନରେ ସନ୍ଧାନ କରାଯାଇଥିଲା । ସାରା ଦେଶରେ ଏହି ଭାରିଆଣ୍ଟ ଦ୍ରୁତ ଗତିରେ ପ୍ରସାରିତ ହେଉଛି ବୋଲି କୁହାଯାଇଛି । ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସି ବା ୟୁକେଏଚଏସଏ ପକ୍ଷରୁ କୁହାଯାଇଛି ୭ ଜଣ ନୂଆ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଏରିସ ଜରିଆରେ ସଂକ୍ରମିତ ହେଉଛନ୍ତି ।
ମୋଟ କରୋନା କେସ୍ ମଧ୍ୟରୁ ଏହାର ଭାଗ ୧୪.୬% ରହିଛି। ପୂର୍ବାପେକ୍ଷା ଚଳିତ ସପ୍ତାହରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇରେ ଦେଶରେ V-23JUL-01 ନାମକ ଏକ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ EG.5.1କୁ ଟ୍ରାକ କରିବା ଲାଗି ପଦକ୍ଷେପ ନିଆଯାଇଛି ।
Powered by Froala Editor