ଭୂକମ୍ପ ଝଟକା : ଦିଲ୍ଲୀ, କାଶ୍ମୀର, ପାକିସ୍ତାନ ଥରିଲା

ଭୂକମ୍ପ ଝଟକାରେ ଥରିଛି ରାଜଧାନୀ ଦିଲ୍ଲୀ। ଶନିବାର ସଂଧ୍ୟାରେ ଦିଲ୍ଲୀ-ଏନସିଆରରୁ ଆରମ୍ଭ କରି କଶ୍ମୀର ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଛି । ଏହାବାଦ ଜମ୍ମୁ-କଶ୍ମୀର, ପଞ୍ଜାବ, ଆଫଗାନିସ୍ତାନ ଓ ପାକିସ୍ତାନର ସୀମା ବର୍ତ୍ତୀ ଅଞ୍ଚଳର ଲୋକମାନେ ମଧ୍ୟ ଭୂକମ୍ପ ଅନୁଭବ କରିଛନ୍ତି।
ରାତି ପ୍ରାୟ ୯ଟା ୩୪ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରହିଥିଲା। ଜମ୍ମୁ-କଶ୍ମୀରର ଗୁଲମାର୍ଗ ଠାରୁ ଏହା ୪୧୮ କିମି ଦୂର। ଏହାର ଗଭୀରତା ୧୮୧ କିମି ରହିଛି।
ଜମ୍ମୁ ଓ କଶ୍ମୀର ରାଜୌରି, କାଟ୍ରା ଆଦି ଅଂଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । କାଟ୍ରାର ପ୍ରସିଦ୍ଧ ବୈଷ୍ଣୋ ଦେବୀ ମନ୍ଦିରରେ ବି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ପାକିସ୍ତାନ ଓ ଆଫଗାନିସ୍ତାନର ଅନେକ ସହରରେ ମଧ୍ୟ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ତେବେ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନି।
Powered by Froala Editor