ଅଶାନ୍ତ ହରିୟାଣା : ୩ ବର୍ଷର ଝିଅକୁ ଧରି ବସଷ୍ଟାଣ୍ଡରେ ଲୁଚିଲେ ବିଚାରପତି
ଅଶାନ୍ତ ହୋଇଯାଇଛି ହରିୟାଣା । ଲୋକେ ରକ୍ତମୁଖା ହୋଇ ବୁଲୁଛନ୍ତି । ଶିଶୁ କି ମହିଳା କେହି ବି ବର୍ତ୍ତୁ ନାହାନ୍ତି । ଏମିତିକି ନ୍ୟାୟ ଦେଉଥିବା ବିଚାରପତି ବି ହିଂସାର ଶିକାର ହେଉଛନ୍ତି । ହିଂସା ବେଳେ ଜଣେ ମହିଳା ବିଚାରପତି ଏଭଳି ସ୍ଥିତିର ଶିକାର ହୋଇଛନ୍ତି ।
ସୋମବାର ସ୍ଥାନୀୟ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାରେ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ACJM) ଅଞ୍ଚଳି ଜୈନଙ୍କ କାର୍ ଉପରକୁ ଆକ୍ରମଣ କରିଥିଲେ ବିକ୍ଷୋଭକାରୀ। କାରରେ ତାଙ୍କ 3 ବର୍ଷର ଝିଅ ଥିବାବେଳେ ଗାଡି ଉପରକୁ ଗୁଳିଚାଳନା କରାଯାଇଥିଲା। ଉଭୟ ଭୟରେ ନିକଟରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଲୁଚି ଯାଇଥିଲେ। ପରବର୍ତ୍ତୀ ସମୟରେ କିଛି ଆଇନଜୀବୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ନୁହ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ଜୁଲାଇ 31ରୁ ହରିଆଣାରେ ବିଶ୍ୱ ହିନ୍ଦୁ ପରିଷଦର ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା ବାହାରିଥିଲା। ଏହି ସମୟରେ କିଛି ଦୁର୍ବୃତ୍ତ ଧାର୍ମିକ ଶୋଭାଯାତ୍ରା ଉପରେ ପଥର ମାଡ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟିଥିଲା। ଧୀରେ ଧୀରେ ହିଂସା ବ୍ୟାପିବାକୁ ଲାଗିଛି।
Powered by Froala Editor