ଜ୍ଞାନବ୍ୟାପୀ ମସଜିଦ ମାମଲା, ଏଏସଆଇ ସର୍ଭେକୁ ସବୁଜ ସଙ୍କେତ
ଉତ୍ତର ପ୍ରଦେଶ ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରି ମସଜିଦରେ ଏଏସଆଇ ସର୍ଭେକୁ ସବୁଜ ସଙ୍କେତ ଦେଇଛନ୍ତି।
ପୂର୍ବରୁ 21 ଜୁଲାଇରେ ବାରଣାସୀ ଜିଲ୍ଲା ଜଜ୍ ଜ୍ଞାନବ୍ୟାପୀ ମସଜିଦେରେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ(ASI)କୁ ସର୍ଭେ ପାଇଁ ଆଦେଶ ଦେଇଥିଲେ। କିନ୍ତୁ ମୁସଲିମ୍ ପକ୍ଷ ଏନେଇ ପ୍ରଥମେ ସୁପ୍ରିମକୋର୍ଟ ଏବଂ ପରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରି ଏଏସଆଇ ସର୍ଭେକୁ ସମ୍ମତି ଜଣାଇଛନ୍ତି। ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, 'ନ୍ୟାୟହିତ ପାଇଁ ଏଏସଆଇ ସର୍ଭେ ଜରୁରୀ। କେତେକ ସର୍ତ୍ତ ଆଧାରରେ ଏହାକୁ ଲାଗୁ କରିବାର ଆବଶ୍ୟକତା ରିହିଛି।'
କିନ୍ତୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆଇନଜୀବୀ ନିଜାମ ପାଶା ଏହି ମାମଲାର ଜରୁରୀ ଶୁଣାଣି ପାଇଁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଧାରା ୩୭୦ ପ୍ରସଙ୍ଗରେ ଯୁକ୍ତି ଶୁଣାଣି କରୁଥିବା ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ନେତୃତ୍ୱ ନେଉଛନ୍ତି ପ୍ରଧାନ ବିଚାରପତି।
ମୁସଲିମ ପକ୍ଷ ଆବେଦନ କରିଥିଲା ଯେ, ଏହି ସର୍ଭେ ଢାଞ୍ଚାରେ କ୍ଷତି ପହଞ୍ଚାଇବ। ତେଣୁ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ସର୍ଭେ ଦାୟିତ୍ୱ ଏଏସଆଇକୁ ଦିଆନଯାଉ। ଏହା ପରେ ଏଏସଆଇ ପକ୍ଷରୁ ଏକ ଆଫିଡେଭିଟ ଦାଖଲ କରାଯାଇ କୁହାଯାଇଥିଲା, ସର୍ଭେରୁ ମସଜିଦକୁ କୌଣସି କ୍ଷତି ପହଞ୍ଚିବ ନାହିଁ ବୋଲି ଶୁଣାଣି ସମୟରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏକ ପ୍ରମାଣପତ୍ର ଦେଇଛି।
Powered by Froala Editor