ସେନ୍ସେକ୍ସ ୬୭୬ ପଏଣ୍ଟ୍ ହ୍ରାସ, ୩.୪୬ ଲକ୍ଷ କୋଟି ହରାଇଲେ ନିବେଶକ
ମୁମ୍ବାଇ: ବମ୍ବେ ଷ୍ଟକ ବଜାର ନିବେଶକମାନେ ଆଜି ପ୍ରାୟ ସାଢ଼େ ତିନି ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରିବା ଓ ବିଶ୍ବ ବଜାରରେ ମାନ୍ଦା କାରବାର ପ୍ରଭାବରେ ଆଜି ସେନ୍ସେକ୍ସରେ ୧୦୭୨ ପଏଣ୍ଟ୍ ଭଳି ହ୍ରାସ ଘଟିଥିଲା। କାରବାର ଶେଷ ବେଳକୁ ସେନ୍ସେକ୍ସ ୬୭୬ ପଏଣ୍ଟ୍ ହ୍ରାସ ପାଇ ୬୫,୭୮୨.୭୮ ପଏଣ୍ଟ୍ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ହ୍ରାସ ଘଟିଛି।
ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ସଂସ୍ଥାଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୩,୦୩,୩୩,୨୫୮ କୋଟି ଟଙ୍କାକୁ ହ୍ରାସ ପାଇଛି। ଚଳିତ ବର୍ଷ ଜୁନ୍ ଓ ଜୁଲାଇରେ ସେନ୍ସେକ୍ସରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା। ଜୁଲାଇରେ ଏହା ୬୭ ହଜାର ପଏଣ୍ଟ୍ ସ୍ତର ଅତିକ୍ରମ କରିଥିଲା। କିନ୍ତୁ ଗତ କିଛି ଦିନ ହେଲାଣି ସେଥିରେ ସୁଧାର ଘଟୁଛି।
Powered by Froala Editor