ଏହି ଜୁସ୍ ପିଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ନୂଆଦିଲ୍ଲୀ: ଲେମ୍ୱୁରେ ବହୁ ଔଷଧୀୟ ଗୁଣ ରହିଛି। ମଣିଷ ଶରୀରରେ ଜଳୀୟ ଅଂଶ ବୃଦ୍ଧିରେ ଲେମ୍ୱୁ ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ଆମେ କେଉଁ କାଳରୁ ଏହି ଉପାୟକୁ ପ୍ରୟୋଗ କରି ଆସୁଛୁ। ଘରେ ଘରେ ପରିଚିତ ଏହି ଲେମ୍ୱୁ ପାଣି ଏବେ କରୋନା ବିରୋଧୀ ଲଢ଼େଇରେ ଗେମ ଚେଞ୍ଜର ସାବ୍ୟସ୍ତ ହେଉଛି।
ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ସକାଳେ ଉଷୁମ୍ ପାଣିରେ ଲେମ୍ୱୁ ଓ ଲୁଣ ମିଶାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ। ଯାହା ମହାମାରୀ କରୋନାକୁ ମାତ୍ ଦେବାରେ ସକ୍ଷମ ହୋଇଥାଏ। ସମଗ୍ର ବିଶ୍ୱ କରୋନା ମାୟା ଜାଲରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଲେମ୍ବୁ ପାଣିର ଉପକାରୀତା ସମ୍ପର୍କରେ ନୋଏଡା ସ୍ଥିତ ଫୋରଟ୍ସି ହସ୍ପିଟାଲର ମୁଖ୍ୟ Nutritionist ଡାକ୍ତର ନମୀତା ନାଦାର ଏହି ସୂଚନା ଦେଇଛନ୍ତି।
Powered by Froala Editor