ପୁଣିଥରେ ତ୍ରୁଟି: ଅଧା ୱାଗନ୍କୁ ଛାଡି ଆଗକୁ ପଳାଇଲା ଇଞ୍ଜିନ୍
ରାଉରକେଲା: ରେଳବାଇ ବିଭାଗରେ ପୁଣିଥରେ ତ୍ରୁଟି ଦେଖା ଦେଇଛି । ଅଧା ୱାଗନ୍କୁ ଛାଡି ଇଞ୍ଜିନ୍ ଆଗକୁ ପଳାଇଲା । ଏହିପରି ଘଟଣା ଶନିବାର ରାତି ପ୍ରାୟ ସାଢେ ୯ଟା ସମୟରେ ରାଉରକେଲା ରେଳ ଷ୍ଟେସନ ନିକଟବର୍ତ୍ତୀ ବାସନ୍ତୀ କଲୋନୀ ସ୍ଥିତ ରେଳଫାଟକରେ ଘଟିଥିଲା ।
ଶନିବାର ରାତି ପ୍ରାୟ ସାଢେ ୯ଟା । ଡାଉନ୍ ଲାଇନ୍ରେ ଏକ ମାଲବାହୀ ଟ୍ରେନ୍ ମୋଟ ୫୯ଟି ୱାଗନ୍ ନେଇ ବାସନ୍ତୀ ରେଳଫାଟକ ଅତିକ୍ରମ କରୁଥିଲା । ଇଞ୍ଜିନ୍ ଫାଟକ ଅତ୍ରିକମ କରିବା ପରେ କିଛି ୱାଗନ୍କୁ ନେଇ ଆଗକୁ ବଢି ଚାଲିଥିବା ବେଳେ ଆଉ କିଛି ୱାଗନ୍ ପଛରେ ରହି ଯାଇଥିଲା । ୱାଗନ୍ ମଝିରେ ଥିବା କପ୍ଲିନ୍ ଖୋଲିିବାରୁ ଏପରି ଘଟଣା ଘଟିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ । ଉକ୍ତ ଟ୍ରେନ୍ର କୋ-ପାଇଲଟ୍ ଅମିତ କୁମାର କପ୍ଲିନ୍ ଯୋଡିବାକୁ ଆସିଥିଲେ ହେଁ ସ୍ଥାନୀୟ ଲୋକେ ଏହାର କାରଣ ଜାଣିବାକୁ ଚାହିଁଥିଲେ । ଏ ସମ୍ପର୍କରେ କୋ-ପାଇଲଟ୍ ଉଚ୍ଚ ପଦାଧିକାରୀଙ୍କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ଆରପିଏଫ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ରେନ୍ଟି ତା ଗନ୍ତବ୍ୟ ପଥରେ ଯାଇଥିଲା । ତେବେ ଏ ନେଇ କୋ ପାଇଲଟ୍ ଅମିତ କୁମାର କହିଛନ୍ତିଯେ, ଇଞ୍ଜିନ୍ରେ ପ୍ରେସର କମିବାରୁ ମଝିରେ କପ୍ଲିନ୍ ଖୋଲି ଯ।ଇଥିବା ଆମେ ଜାଣିବାକୁ ପାଇଥିଲୁ । ଏଣୁ ତୁରନ୍ତ ଟ୍ରେନ୍କୁ ବ୍ରେକ୍ ଦେଇ ଅଟକାଇ ଛାଡି ଯାଇଥିବା ୱାଗନ୍କୁ ଯୋଡିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏହା କରିବାରେ କିଛି ସମୟ ବିଳମ୍ବ ହୋଇଥିଲା ।
Powered by Froala Editor