ନାବାଳିକା ଦୁଷ୍କର୍ମକାରୀଙ୍କ ଘର ମାଟିରେ ମିଶିଲା
ମଧ୍ୟପ୍ରଦେଶର ମୈହରରେ ୧୦ବର୍ଷୀୟ ନାବାଳିକା ସହ ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ବୁଲଡୋଜର। ସ୍ଥାନୀୟ ମନ୍ଦିରରେ କାମ କରୁଥିବା ୨ ଜଣ ଯୁବକ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହେବା ପରେ ପ୍ରଶାସନ ଅଭିଯୁକ୍ତଙ୍କ ଘର ମାଟିରେ ମିଶାଇ ଦେଇଛି। ଏହି ମାମଲାର ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ତାଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚାଲିଥିବା ଜଣାଯାଇଛି। ଉଦୟପୁରରେ ଅବସ୍ଥିତ ଅଭିଯୁକ୍ତ ରବୀନ୍ଦ୍ର ଚୌଧୁରୀଙ୍କ ଘର ଭାଙ୍ଗିଦିଆଯାଇଥିବାବେଳେ ଅଭିଯୁକ୍ତ ଅତୁଲ ବଢ଼ୌଲିଆଙ୍କ ଘର ଉପରେ ବି ବୁଲଡୋଜର ଚାଲିଛି।
ଅଭିଯୁକ୍ତ ରବୀନ୍ଦ୍ର ଓ ଅତୁଲ ୧୦ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବା ପରେ ତାଙ୍କୁ କାମୁଡ଼ି ପକାଇଥିଲେ। ଏହାପରେ ତାଙ୍କ ପ୍ରାଇଭେଟ ପାର୍ଟରେ ଗୋଟିଏ କାଠ ପୂରାଇ ଦେଇଥିବା ଅଭିଯୋଗ ହୋଇଛି।
ତଦନ୍ତ ଚାଲିଥିବା ବେଳେ ଶୁକ୍ରବାର ମୈହାର ପୌରପରିଷଦର ମୁଖ୍ୟ ଅଧିକାରୀ ଦୁଇ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ନୋଟିସ କରିଥିଲେ। ସେମାନଙ୍କୁ ନିଜର ଜମି ଓ ଘରର କାଗଜପତ୍ର ଦେଖାଇବାକୁ କୁହାଯାଇଥିଲା। କାଗଜପତ୍ର ଦେଖିବା ପରେ ଅଧିକାରୀମାନେ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲେ। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଦୁଇ ଅଭିଯୁକ୍ତଙ୍କ ଘର ବେଆଇନ ଭାବେ ତିଆରି କରାଯାଇଛି।
ସେମାନେ ଉଚ୍ଛେଦ ସ୍କ୍ୱାଡକୁ ତଦନ୍ତ ଶେଷ ହେବା ଯାଏ ଅପେକ୍ଷା କରିବାକୁ ମଧ୍ୟ ନିବେଦନ କରିଥିଲେ। କିନ୍ତୁ ସେମାନେ କିଛି ବି ଶୁଣି ନଥିଲେ। ମାତ୍ର କିଛି ମିନିଟ ମଧ୍ୟରେ ଦୁଇ ଜଣଙ୍କ ଘରକୁ ମାଟିରେ ମିଶାଇ ଦେଇଥିଲେ।
Powered by Froala Editor