ଇଣ୍ଡିଗୋ ଦେବ ୩୦ ଲକ୍ଷ ଟଙ୍କାର ଜରିମାନା

ବିମାନ ଚଳାଚଳ ନିୟନ୍ତ୍ରକ(ଡିଜିସିଏ) ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହାଛଡ଼ା ଡିଜିସିଏର ଆବଶ୍ୟକତା ଏବଂ ଓଇଏମ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ କମ୍ପାନୀକୁ କାଗଜପତ୍ର ପ୍ରକ୍ରିୟାରେ ପରିବର୍ତ୍ତନ କରିବାକୁ କୁହାଯାଇଛି। ଏନେଇ ଶୁକ୍ରବାର ସୂଚନା ଦିଆଯାଇଛି।
ଡିଜିସିଏ କହିଛି, ସେବା ପ୍ରଦାନ, ଟ୍ରେନିଂ ଓ ଇଞ୍ଜିନିୟରିଂ ପ୍ରକ୍ରିୟାରେ ଆବଶ୍ୟକ ଦସ୍ତାବିଜ୍ ପ୍ରସ୍ତୁତରେ କମ୍ପାନୀ ନିୟମ ଉଲ୍ଲଙ୍ଘନ କରିଛି। ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଠିକ୍ ସମୟରେ ଏହାର ଉତ୍ତର ଦେବାକୁ କମ୍ପାନୀକୁ କୁହାଯାଇଥିଲା। କମ୍ପାନୀ ଦେଇଥିବା ଜବାବକୁ ସମୀକ୍ଷା କରିବା ପରେ ଏହା ସନ୍ତୋଷଜନକ ନ ଥିଲା।
ଫ୍ଲାଇଟ ଡାଟା ମନିଟରିଂ କାର୍ଯ୍ୟକ୍ରମର ଯାଞ୍ଚ କରାଯାଇଥିଲା। ଏହି ସମୟରେ ଇଣ୍ଡିଗୋ ଦସ୍ତାବିଜ ପ୍ରସ୍ତୁତି ଠାରୁ ଆରମ୍ଭ କରି ଅପରେସନ ଓ ଇଞ୍ଜିନିୟରିଂ ପ୍ରକ୍ରିୟା ଯାଏ ସବୁଥିରେ ବ୍ୟବସ୍ଥାଗତ ଅଭାବ ରହିଥିବା ଜଣାପଡ଼ିଛି। ସବୁଥିରେ କମ୍ପାନୀ ଧାର୍ଯ୍ୟ ନିୟମକୁ ପୂରଣ କରି ପାରି ନଥିବାରୁ ଡିଜିସିଏ ଇଣ୍ଡିଗୋକୁ ଜରିମାନା ଦେବାକୁ ନିଷ୍ପତ୍ତି ନିଆଯାଇଛି।
Powered by Froala Editor