ବାହାଘର ଭାଙ୍ଗିଦେଲେ ଘର ଲୋକ, ଯୁବତୀକୁ ପିଟି ମାରିଦେଲା ବଏଫ୍ରେଣ୍ଡ

ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଥିବା ଅରବିନ୍ଦ କଲେଜ ନିକଟ ପାର୍କରେ ଜଣେ ୨୫ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଲୁହାଛଡ଼ରେ ପିଟି ହତ୍ୟା କରାଯାଇଛି। ବିବାହ ପାଇଁ ମନା କରିବାରୁ ଜୀବନରୁ ଶେଷ କରିଦେଇଛି ପୁରୁଷ ବନ୍ଧୁ। ଶୁକ୍ରବାର ଦିନ ଦ୍ୱିପ୍ରହରେ ଘଟିଛି ଏପରି ଘଟଣା। ଉଭୟ ଏକ ପାର୍କରେ କଥା ହେଉଥିବା ସମୟରେ ଲୁହା ରଡରେ ପିଟି ପ୍ରେମିକାକୁ ହତ୍ୟା କରିଛି ପ୍ରେମିକ।
ମୃତା ନର୍ଗିସଙ୍କ ମୁଣ୍ଡରେ କ୍ଷତଚିହ୍ନ ରହିଥିବାବେଳେ ମୃତଦେହ ନିକଟରୁ ଏକ ଲୁହା ରଡ୍ ପୋଲିସ ପାଇଛି। ନର୍ଗିସ କମଳା ନେହେରୁ କଲେଜର ଛାତ୍ରୀ ହୋଇଥବାବେଳେ ସେ ତାଙ୍କର ଦୂର ସମ୍ପର୍କୀୟ ଭାଇ ଇର୍ଫାନଙ୍କୁ ଭେଟିବା ଲାଗି ପାର୍କକୁ ଆସିଥିଲେ। ପୋଲିସ କହିବା ଅନୁଯାୟୀ ଇର୍ଫାନ ଏକ ଅନଲାଇନ୍ ଫୁଡ୍ ଡେଲିଭର୍ କମ୍ପାନୀରେ ଡେଲିଭରୀ ବଏ ଭାବେ କାର୍ଯ୍ୟ କରନ୍ତି। କିନ୍ତୁ ଉଭୟଙ୍କ ସମ୍ପର୍କକୁ ନର୍ଗିସଙ୍କ ପରିବାର ଲୋକ ଗ୍ରହଣ କରୁନଥିଲେ। ସେମାନଙ୍କ ବିବାହ ପାଇଁ ମଧ୍ୟ ମନା କରିଦେଇଥିଲେ। ଫଳରେ କିଛିଦିନ ହେବ ନର୍ଗିସ ଇର୍ଫାନଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ। ବିବାହ ଭାଙ୍ଗିଯିବା ଓ ନର୍ଗିସ ଫୋନ୍ ନ ଉଠାଇବାରୁ ଇର୍ଫାନ ବିଚଳିତ ଥିଲେ। ଆଜି ନର୍ଗିସଙ୍କ ଯିବା ରାସ୍ତାରେ ତାଙ୍କୁ ଅଟକାଇ ଏକ ପାର୍କକୁ ନେଇଥିଲା ।
ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଇର୍ଫାନ୍ ଏକ ଲୁହା ରଡରେ ନର୍ଗିସଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
Powered by Froala Editor