ଜାମା ମସ୍ଜିଦ ମେଟ୍ରୋ ଷ୍ଟେସନ ନାମ ହେବ ମାଙ୍କମେଶ୍ୱର ମନ୍ଦିର ଷ୍ଟେସନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗ୍ରା ଏବଂ ମଥୁରା ପରିଦର୍ଶନ କରିଛନ୍ତି। ସିଏମ ଯୋଗୀ ଫତେହାବାଦରେ ଅବସ୍ଥିତ ତାଜ ଇଷ୍ଟ ଗେଟ ମେଟ୍ରୋ ଷ୍ଟେସନ (ଆଗ୍ରା ମେଟ୍ରୋ) ରେ ମେଟ୍ରୋର ହାଇ ସ୍ପିଡ ଟ୍ରାଏଲ ରନ ଉଦ୍ଘାଟନ କରିଥିଲେ। ଏହି ସମୟରେ ମସ୍ଜିଦ ମେଟ୍ରୋ ଷ୍ଟେସନ ନାମ ପରିବର୍ତ୍ତନ ହେବ ବୋଲି ଘୋଷଣା କରିଥିଲେ। ସେ କହିଛନ୍ତି, ଜାମା ମସ୍ଜିଦ ମେଟ୍ରୋ ଷ୍ଟେସନର ନାମ ମାଙ୍କମେଶ୍ୱର ମନ୍ଦିର ଷ୍ଟେସନ ହେବ। ଦୀର୍ଘ ଦିନ ଧରି ଏହି ମେଟ୍ରୋ ଷ୍ଟେସନର ନାମ ପରିବର୍ତ୍ତନ ହେବ ବୋଲି ଆଲୋଚନା ହେଉଥିଲା।
Powered by Froala Editor