ବାପାକୁ ହତ୍ୟା କଲେ ମା ଏବଂ ପୁଅ
ଭଦ୍ରକ: ମା ଏବଂ ପୁଅ ମିଶି ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ । ମୃତକ ଭଦ୍ରକ ଜିଲ୍ଲା ବାଣିତିଆ ପଞ୍ଚାୟତ ମହଲାସହିର ସୁରେଶ ମହଲା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବାଣିତିଆରୁ ଏମିତି ଘଟଣା ସାମ୍ନାକୁ ଆସିଛି।
ଖବର ଅନୁଯାୟୀ, ସୁରେଶ ମହଲାଙ୍କ ସ୍ତ୍ରୀ ସଂଜୁଲତା ମହଲା ଓ ନାବାଳକ ପୁଅର ସହ ରହୁଥିଲେ । ଆଜି ସକାଳୁ ସୁରେଶ ଘର ଭିତରୁ ଚିତ୍କାର କରି ବାହାରକୁ ଦୌଡିଥିଲେ । ପରେ ରାସ୍ତାରେ ପଡି ଯାଇଥିଲେ, ଲୋକେ ତାଙ୍କ ଦେହରେ ଦୁଇଟି କ୍ଷତ ଦେଖିଥିଲେ । ପରେ ସୁରେଶଙ୍କ ମୃତ୍ୟୁ ହୋଇଯାଇଥିଲା ।
ସେପଟେ ଗ୍ରାମବାସୀ ମାନେ ସୁରେଶଙ୍କ ସ୍ତ୍ରୀ ସଂଜୁଲତା ଓ ତାଙ୍କ ନାବାଳକ ପୁଅକୁ ଗଛରେ ବାନ୍ଧି ଦେଇଥିଲେ । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଅଭିଯୁକ୍ତ କୁହାଯାଉଥିବା ମା ଓ ପୁଅଙ୍କୁ ହେପାଜତକୁ ନେଇଛି । ଘଟଣାସ୍ଥଳରୁ ଏକ ଶାବଳ ଜବତ ହୋଇଥିବା ବେଳେ ଛୁରୀ ଖୋଜୁଛି ପୋଲିସ ।
Powered by Froala Editor