ଯୁବରାଜଙ୍କ ମା’କୁ ଧମକ ଦେଇ ଗିରଫ ହେଲେ ମହିଳା
ଭାରତୀୟ ଟିମ୍ର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂଙ୍କ ମା’ ଶବନମ ସିଂଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା ମାଗିଥିବା ଜଣେ ମହିଳାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍। ଅଭିଯୁକ୍ତ ମହିଳାଜଣକ ହେମା କୌଶିକ ଓରଫ ଡିମ୍ପି । ଯୁବରାଜଙ୍କ ସାନ ଭାଇ ଜୋରାବର ସିଂ ମାନସିକ ଅବସାଦରେ ଆକ୍ରାନ୍ତ ଥିବାରୁ ତାଙ୍କ ଯତ୍ନ ନେବାକୁ ଡିମ୍ପିଙ୍କୁ ତାଙ୍କ ଘରେ ନିଯୁକ୍ତି ମିଳିଥିଲା। ମାତ୍ର ତାଙ୍କ ବ୍ୟବହାର ଠିକ୍ ନ ଲାଗିବାରୁ ପ୍ରାୟ ୧୫ ଦିନ ପରେ ଶବନମ ତାଙ୍କୁ ବାହାର କରି ଦେଇଥିଲେ।
ଏହାପରେ ଡିମ୍ପି ଶବନମଙ୍କ ନିକଟକୁ ଫୋନ୍ କରି ୪୦ ଲକ୍ଷ ଟଙ୍କା ମାଗି ଧମକାଇଥିଲେ । ମିଥ୍ୟା ଆରୋପ ଲଗାଇ ଥାନାରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ମାତ୍ର ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବପର ନୁହେଁ କହି ୫ ଲକ୍ଷ ଦେବାକୁ ରାଜି ହୋଇଥିଲେ ଶବନମ । ୫ ଲକ୍ଷ ଟଙ୍କା ନେବାକୁ ଡିମ୍ପି ଶବନମଙ୍କ ଘରକୁ ଆସିଥିବା ବେଳେ ପୁଲିସ୍ ତାଙ୍କୁ ଟଙ୍କା ଗିରଫ କରିଛି ।
Powered by Froala Editor