ପାଣି ଉଠାଇବାକୁ ମସଜିଦ୍ ଦେଇ ଯାଉଥିଲେ କାଉଡିଆ, ପଥର ବର୍ଷିଲା
ଶ୍ରାବଣ ମାସ ସୋମବାରରେ ଶହ ଶହ କାଉଡିଆ ଜଳା ଲାଗି ପାଇଁ ଯାଉଥିଲେ । ହେଲେ ମସଜିଦ ପାଖରେ ପହଞ୍ଚିବା ପରେ ହଠାତ୍ ଆକାଶରୁ ପଥର ବର୍ଷିଥିଲା । ଏଥିରେ ବହୁ କାଉଡ଼ିଆ ଆହତ ହୋଇଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଜଣାଯାଇଛି। ଏପରି ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଛି।
ବରେଲିରେ ପ୍ରାୟ ୨ ହଜାରରୁ ଅଧିକ କାଉଡିଆ ଜଳ ଆଣିବା ନିମନ୍ତେ କଛଲା ଘାଟ ଅଭିମୁଖେ ଯାଉଥିଲେ। ସେମାନେ ଶାହନୁରୀ ମସଜିଦ୍ ନିକଟ ରାସ୍ତା ଅତିକ୍ରମ କରୁଥିବା ବେଳେ ହଠାତ୍ ସେମାନଙ୍କ ଉପରୁ ପଥର ମାଡ଼ ଆରମ୍ଭ ହେଲା। ମସଜିଦ୍ ସମେତ ଆଖପାଖ ଘର ଓ ଛାତ ଉପରୁ ଆଖିବୁଜା ପଥର ମାଡ଼ ହେଲା। ଏଥିରେ ବହୁ କାଉଡିଆ ଆହତ ହୋଇଥିବା ଜଣାଯାଇଛି। ଖବର ପାଇ ତୁରନ୍ ପୁଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍ ଅଭିଯୁକ୍ତଙ୍କୁ ଧରିବାକୁଚଢ଼ାଉ ଆରମ୍ଭ କରିଛି।
Powered by Froala Editor