ସ୍କୁଲ ଜିମ୍ ଖାନା ଭୁଶୁଡି ୧୦ ମୃତ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଚୀନର ୩୪ ମିଡିଲ ଇଷ୍ଟ କିକିହାରରେ ଥିବା ଏକ ସ୍କୁଲର ଜିମ୍ ଖାନା ଭୁଶୁଡିପଡିଛି । ଫଳରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଭଙ୍ଗା ଛାତ ତଳେ ଦବି ରହିଛନ୍ତି । ଉଦ୍ଧାର କାର୍ୟ୍ୟ ଏବେବି ଜାରି ରହିଛି । ତେବେ ରବିବାର ଅପରାହ୍ନରେ ଏଭଳି ଅଘଟଣା ଘଟିଥିଲେ ବି ଏଯାଏଁ ଉଦ୍ଧାର କାର୍ୟ୍ୟ ଜାରି ରହିଥିବା ସୂଚନା ରହିଛି ।
ପ୍ରାରମ୍ଭିକ ରିପୋର୍ଟ ମୁତାବକ, ନିର୍ମାଣକାରୀମାନେ ଛାତ ଉପରେ ‘ପର୍ଲାଇଟ୍’ (ଭଲ୍କାନିକ୍ ଗ୍ଲାସ୍) ବା ଏକ ଜାତୀୟ କାଚ ରଖିଥିଲେ। ପ୍ରବଳ ବର୍ଷା ଯୋଗୁଁ ଉକ୍ତ ‘ପର୍ଲାଇଟ୍’ ସମ୍ପ୍ରସାରିତ ହୋଇଯିବାରୁ ଛାତ ଭୁଶୁଡ଼ି ପଡ଼ିଲା। ଯେଉଁମାନେ ନିର୍ମାଣକାରୀ କମ୍ପାନି ଦାୟିତ୍ୱରେ ଥିଲେ ସେମାନଙ୍କୁ ପୁଲିସ ହାଜତକୁ ନେଇଛି।ଏହି ଘଟଣାରେ ଜିମର ନିର୍ମାଣ ଦାୟିତ୍ୱର ଥିବା କନଷ୍ଟ୍ରକ୍ସନ୍ କମ୍ପାନୀକୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି ।
Powered by Froala Editor