ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଛତ୍ରପୁର: ସୋମବାର ସକାଳେ ଛତ୍ରପୁର ଥାନା ଚିକଲଖଣ୍ଡି ଗାଁ ନିକଟ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛତ୍ରପୁର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିନଥିବା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଶବଟି ପଚି ନଷ୍ଟ ହୋଇଯାଇଛି।
ବ୍ୟକ୍ତି ଜଣକ ବେକରେ ଦଉଡି ଲଗାଇ ଗଛରେ ଝୁଲି ପଡ଼ିଥିବା ଦେଖାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଅନୁସନ୍ଧାନ ଜାରି ରଖିଛି ।
Powered by Froala Editor