ପୁରୀବାସୀଙ୍କ ପାଇଁ ଖୋଲିବ ପଶ୍ଚିମ ଦ୍ବାର
ଜୁଲାଇ ୨୪ ତାରିଖଠାରୁ ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲାଯିବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ହୋଇଛି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲାପାଳ, ଆରକ୍ଷୀ ଅଧିକ୍ଷକ, ପରିଚାଳନା କମିଟି ସଦସ୍ୟ ଓ ଛତିଶା ନିଯୋଗର ସବ କମିଟି ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଜୁଲାଇ ୨୪ ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ବାର ଖୋଲିବ ଏବଂ ପରିଚୟ ପତ୍ର ଦେଖାଇ ପୁରୀବାସୀ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ବାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭକ୍ତଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଚାରିଦ୍ବାର ଖୋଲିବାକୁ ଦାବି କରିଥିଲେ। ଏ ସମ୍ପର୍କିତ ଦାବିପତ୍ର ଶ୍ରୀ ପଟ୍ଟନାୟକ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଓ ସମସ୍ତ ପରିଚାଳନା କମିଟି ସଦସ୍ୟଙ୍କୁ ପ୍ରଦାନ କରିଥିଲେ। ତେବେ ସୁଦର୍ଶନ ଦାବି କରିଥିଲେ ଯେ ସ୍ଥାନୀୟ ଲୋକଙ୍କ ପାଇଁ ତୁରନ୍ତ ଗୋଟିଏ ଦ୍ୱାର ଖୋଲାଯାଉ।
Powered by Froala Editor