କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ଚିତା ମୃତ୍ୟୁର କାରଣ କ’ଣ, ପ୍ରତିକାର କ’ଣ କରାଯାଇଛି?

ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ୪ ମାସ ମଧ୍ୟରେ ୩ଟି ଛୁଆଙ୍କ ସମେତ ସମୁଦାୟ ୮ଟି ଚିତାଙ୍କ ମୃତ୍ୟୁ ଘଟିଛି। ଚିତାଙ୍କ ମୃତ୍ୟୁ ଘଟିବା ‘ଠିକ୍ ଛବି’ ଉପସ୍ଥାପନ କରୁନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି।
ଏହାକୁ କେନ୍ଦ୍ର ସରକାର ସମ୍ମାନର ପ୍ରସଙ୍ଗ ଭାବେ ନ ନେଇ ଚିତାଗୁଡ଼ିକୁ ଅନ୍ୟ ଅଭୟାରଣ୍ୟକୁ ସ୍ଥାନାନ୍ତର କରିବା ସମ୍ଭାବନା ଉପରେ କାର୍ଯ୍ୟ କରିବାକୁ ସର୍ବୋଚ୍ଚ ଅଦାଲତ ପ୍ରସ୍ତାବ ଦେଇଛନ୍ତି। ଚିତାଗୁଡ଼ିକର ମୃତ୍ୟୁକୁ ନେଇ ଜଷ୍ଟିସ ବି.ଆର୍. ଗଭାଇ, ଜେ.ବି. ପର୍ଡିଓ୍ବାଲା ଏବଂ ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠ ଉଦ୍ବେଗ ପ୍ରକାଶ କରିବା ସହ ମୃତ୍ୟୁର କାରଣ ଏବଂ ପ୍ରତିକାର ପାଇଁ କ’ଣ ପଦକ୍ଷେପ ନିଆଯାଇଥିଲା ସତ୍ୟପାଠ ଜରିଆରେ ଜଣାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।
ତିନି ଜଣିଆ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କୁ ପଚାରିଥିଲେ, ଗତ ସପ୍ତାହରେ ଆଉ ଦୁଇଟି ଚିତାଙ୍କ ମୃତ୍ୟୁ ଘଟିଛି? କାହିଁକି ଏହା ଏକ ସମ୍ମାନର ପ୍ରସଙ୍ଗ ପାଲଟିଛି? ଦୟାକରି କିଛି ସକାରାତ୍ମକ ପଦକ୍ଷେପ ନିଅନ୍ତୁ। ଏହାସହ ସମସ୍ତଙ୍କୁ ବିସ୍ତାର କରିବା ପରିବର୍ତ୍ତେ ଗୋଟିଏ ସ୍ଥାନରେ କାହିଁକି ରଖାଗଲା? ରାଜସ୍ଥାନକୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି?
Powered by Froala Editor