ରୁଣ୍ଡ ହୋଇଥିଲେ ଲୋକ, ପଶିଗଲା ଜାଗୁଆର : ୯ ମୃତ
ଗୁଜରାଟର ଅହମ୍ମଦାବାଦରେ ଭୟଙ୍କର କାର ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ଉକ୍ତ ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମଡି଼ଆରେ ଭାଇରାଲ ହେଉଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଲୋକେ ଉପରକୁ ୨୫-୩୦ ଫୁଟ୍ ଉଚ୍ଚତା ଯାଏ ଉଠି ଯାଇଥିଲେ । ଯେଉଁଥିରେ ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଆଉ ୧୩ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ , ସରଖେଜ-ଗାନ୍ଧୀନଗର ରାଜରାସ୍ତାର ଇସ୍କନ୍ ବ୍ରିଜ୍ ଉପରେ ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ସେତେବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଜାଗୁଆର କାର୍ ସେହି ଭିଡ଼ ଭିତରେ ପଶି ଯାଇ ଲୋକଙ୍କୁ ଧକ୍କା ଦେଇଥିଲା। ମୃତକଙ୍କ ମଧ୍ୟରେ ବୋଟାଦ ଓ ସୁରେନ୍ଦ୍ରନଗରର ଲୋକ ସାମିଲ ଅଛନ୍ତି । କାର୍ ପ୍ରତି ଘଣ୍ଟାରେ ୧୦୦ କିଲୋମିଟରରୁ ଅଧିକ ଗତିରେ ଚାଲୁଥିଲା।
Powered by Froala Editor