ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଘଟଣାରେ ଆକ୍ସନ, ମୁଖ୍ୟ ଅଭିଯୁକ୍ତ ଗିରଫ

ଇମ୍ପାଲ : ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଘଟଣାରେ ଆକ୍ସନ୍ । ଭିଡିଓ ଭାଇରାଲ୍ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଖୁଏରୁମ ହେରୋଦାସ୍ । ଗୁରୁବାର ଥାଓବାଲରୁ ଗିରଫ କରିଛି ପୋଲିସ । ହେରୋଦାସଙ୍କ ବୟସ ୩୨ ବର୍ଷ । ଭାଇରାଲ ଭିଡିଓରୁ ପୋଲିସ ତାଙ୍କୁ ଚିହ୍ନଟ କରିଛି ଯେଉଁଥିରେ ସେ ସବୁଜ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଯେଉଁଥିରେ ସେ ଗ୍ରୀନ୍ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି ।
ମଣିପୁର ପୋଲିସର ସୂଚନାନୁସାରେ, ହେରୋଦାସ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ । ମଣିପୁରରେ ମହିଳାଙ୍କ ସହ ହୋଇଥିବା ଏହି ଅତ୍ୟାଚାରର ଭାଇରାଲ ଭିଡିଓ ମେ ୪ରେ କୁହାଯାଉଛି । ଏଥିରେ, ଗୋଟିଏ ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ କିଛି ଯୁବକ ନିବସ୍ତ୍ର କରି ରାସ୍ତାରେ ବୁଲାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଥାଉକି, ହିଂସାଗ୍ରସ୍ତ ପୂର୍ବୋତ୍ତର ରାଜ୍ୟ ମଣିପୁରରେ ହୃଦୟ ଥରାଇ ଦେବା ପରି ଭିଡିଓ ସାମ୍ନାକୁ ଆସିଥିଲା । ଶତାଧିକ ଲୋକ ଭିଡ଼ରେ ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଉଥିବା ଦେଖିବାକୁ ମିଳିଥିଲା । ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଭିଡିଓ ଦେଖି ଲୋକେ ମର୍ମାହତ ହେବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।
Powered by Froala Editor