ମାଲିକାଣୀକୁ ଖୋଜୁଛି କୁକୁର
ଜଣେ ମହିଳା ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ହେଲେ ତାଙ୍କୁ ଭଲ ପାଉଥିବା କୁକୁରଟି କ’ଣ ଜାଣିଛି ଯେ, ସେ ଆଉ ଫେରିବେନି । ତାଙ୍କ ବାଟକୁ ଚାହିଁ ସେହି ପୋଲ ଉପରେ ଜଗିଛି । ଏଭଳି ଦୃଶ୍ୟ ଦେଖି ଲୋକେ ଦୁଃଖିତ ହେଉଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ କୁକୁର ପୋଲ ଉପରେ ବସି କାନ୍ଦୁଥିବା ଓ ଭୁକୁ ଥିବା ଦେଖିବାକୁ ମିଳୁଛି।
ଲୋକଙ୍କ କହିବାନୁସାରେ, ଯାନମ-ୟେଦୁରଲଙ୍କା ପୋଲ ଉପରେ ଜଣେ ମହିଳା ତାଙ୍କ ପୋଷାକୁକୁରକୁ ନେଇ ବୁଲୁଥିଲେ। ହଠାତ କେହି କିଛି ବୁଝିବା ପୂର୍ବରୁ ସେ ପୋଲ ଉପରୁ ଗୋଦାବରୀ ନଦୀକୁ ଡେଇଁ ପଡ଼ିଥିଲେ। ଆଉ ଭାସି ଯାଇଥିଲେ।
ଏହାପରେ ପୋଲ ଉପରେ ପଡ଼ିଥିବା ମାଲିକାଣୀଙ୍କ ଚପଲ ପାଖରେ ତାଙ୍କ ପୋଷାକୁକୁର ସେମିତି ବସି ରହିଛି। ସେ ପୋଲ ତଳକୁ ଚାହିଁ ଭୁକୁଛି, ପୁଣି ଆଖିରୁ ଲୁହ ଗଡ଼ାଇ ଚପଲ ଉପରେ ମୁହଁକୁ ରଖି ଶୋଇ ଯାଉଛି। ଖବର ପାଇ ପୁଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ନଦୀରୁ ଜବତ କରିଛି।
Powered by Froala Editor