ହିଂସାରେ ମାନବିକତା ଭୁଲିଗଲେ ଲୋକ, ମହିଳାଙ୍କୁ ଉଲଗ୍ନ କରିଲେ

ମଣିପୁରରେ ଥମୁନି ହିଂସା । ଇତିମଧ୍ୟରେ ମାନବିକତାକୁ ଲଜ୍ଜିତ କରୁଥିବା ଏକ ମାମଲା ସାମ୍ନାକୁ ଆସିଛି । ମଣିପୁରର ରାଜଧାନୀ ଇମ୍ଫାଲଠାରୁ ୩୫ କିଲୋମିଟର ଦୂର କାଙ୍ଗପୋକ୍ପି ଜିଲ୍ଲାର ଏହି ଭିଡିଓଟି ମେ ୪ ତାରିଖର ବୋଲି କୁହାଯାଉଛି। ଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦୁଇ ଜଣ ମହିଳାଙ୍କୁ କେତେକ ଲୋକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇ ଚଲାଇ ନେଉଥିବାର ଓ ଅସଦାଚରଣ କରୁଥିବା ଦେଖିବାକୁ ମିଳୁଛି । ଭିଡିଓ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଏହି ଘଟଣାରେ ପୁଲିସ ଏତଲା ରୁଜୁ କରିଥିବା କହିଛି।
ମେ ୩ ତାରିଖରେ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିରେ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ‘ଆଦିବାସୀ ଏକତା ପଦଯାତ୍ରା’ ଆୟୋଜନ କରାଯିବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୧୫୦ ଜଣ ପ୍ରାଣ ହରାଇଛନ୍ତି । ତେବେ ଏ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ନିନ୍ଦା କରୁଛନ୍ତି ।
Powered by Froala Editor