ଡ୍ରେସ୍କୋଡ ନିୟମକୁ କଠୋର କଲେ ଇରାନ ସରକାର, ସର୍ବସାଧାରଣ ସ୍ଥାନରେ ମୁଣ୍ଡକୁ ଘୋଡାଇ ରଖିବେ ମହିଳା

ତେହେରାନ: ପୁଣି ୧୦ମାସ ପରେ ଇରାନ ସରକାର ମହିଳାଙ୍କ ଉପରେ ଡ୍ରେସ୍କୋଡ ନିୟମକୁ କଠୋର କରିଛନ୍ତି। ନିୟମ ଅନୁଯାୟୀ ମହିଳାମାନେ ସର୍ବସାଧାରଣ ସ୍ଥାନରେ ମୁଣ୍ଡକୁ ଘୋଡାଇ ରଖିବେ। ନହେଲେ ସେମାନଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି।
ଗତ ବର୍ଷ ଏହି ପ୍ରସଙ୍ଗରେ ଗିରଫ ହୋଇଥିବା ଯୁବତୀଙ୍କର ମୃତ୍ୟୁ ପରେ ଦେଶବ୍ୟାପୀ ବିରୋଧ କରାଯାଇଥିଲା। ଇରାନର ପ୍ରବର୍ତ୍ତନ ସଂସ୍ଥା ଫାରାଜାଙ୍କ ମୁଖପାତ୍ର ସୟଦ ମୋଣ୍ଟେଜେରାଲ ଏନେଇ ପେଟ୍ରୋଲିଂ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି।
Powered by Froala Editor