ଅଷ୍ଟ୍ରେଲିଆ ଉପକୂଳରୁ ଅଜ୍ଞାତ ବସ୍ତୁ ଠାବ, ଚନ୍ଦ୍ରାୟନ-୩ର ବୋଲି ଚର୍ଚ୍ଚା

ଅଷ୍ଟ୍ରେଲିଆର ଗ୍ରୀନ୍ ହେଡ୍ ଉପକୂଳରେ ଏକ ବସ୍ତୁ ଖଣ୍ଡ ମିଳିଛି । ଏହି ବସ୍ତୁଟି ଭାରତରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ -୩ ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି । ବସ୍ତୁର ଉଚ୍ଚତା ଏବଂ ଚଉଡ଼ା ପ୍ରାୟ ୨ ମିଟର । ଅଜ୍ଞାତ ବସ୍ତୁଠାରୁ ଦୂରରେ ରହିବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛି ଅଷ୍ଟ୍ରେଲୀୟ ସ୍ପେସ୍ ଏଜେନ୍ସି ।
ଗତ ଦୁଇ ଦିନ ତଳେ ମାଳଦ୍ୱୀପ ଦେଇ ଗତି କରୁଥିବା ବେଳେ ଅଷ୍ଟ୍ରେଲିଆ ଆକାଶରେ LMV-୩ ଦୃଶ୍ୟମାନ ହୋଇଥିଲା । ଏବେ ଏହି ବସ୍ତୁ ପଶ୍ଚିମ ଅଷ୍ଟ୍ରେଲିଆର ଗ୍ରୀନ୍ ହେଡ୍ ଉପକୂଳରୁ ଠାବ କରାଯାଇଛି । ଏହାକୁ ନେଇ ଏବେ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଯଦିଓ ଅଷ୍ଟ୍ରେଲୀୟ ସ୍ପେସ୍ ଏଜେନ୍ସି ଏହା ନିଶ୍ଚିତ କରିନାହିଁ କିନ୍ତୁ କେତେକ କହୁଛନ୍ତି ଯେ ଏହା ଭାରତରୁ ଆସିଥିବା ଏକ ପୁରୁଣା PSLVର ହୋଇପାରେ ।
ଅଷ୍ଟ୍ରେଲିଆ ସ୍ପେସ୍ ଏଜେନ୍ସି କହିଛି ଯେ, ପଶ୍ଚିମ ଅଷ୍ଟ୍ରେଲିଆର ଜୁରିଏନ୍ ବାଇ ନିକଟ ସମୁଦ୍ର କୂଳରେ ମିଳିଥିବା ଏହି ବସ୍ତୁ ବିଷୟରେ ପଚରାଉଚରା କରୁଛୁ । ଏହା ଏକ ବିଦେଶୀ ସ୍ପେସ୍ ଲଞ୍ଚ ଯାନ ସହିତ ସଂଲଗ୍ନ ହୋଇପାରେ । ଏ ବିଷୟରେ ଭାରତୀୟ ମହାକାଶ ଏଜେନ୍ସି (ISRO) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନା ଅନୁସାରେ, ୬୪୨ ଟନ୍, ୪୩.୫ ମିଟର ଉଚ୍ଚତା ବିଶିଷ୍ଟ LVM ରକେଟ ଚନ୍ଦ୍ରଯାନ-୩ ଗତ ଶୁକ୍ରବାର ଅପରାହ୍ନ ୨.୩୫ ରେ ଶ୍ରୀକେରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପଠାଯାଇଥିଲା କରାଯାଇଥିଲା ।
Powered by Froala Editor