ଆୟର୍ଲାଣ୍ଡରେ ଘର କିଣନ୍ତୁ... ସେଠାକାର ସରକାର ଦେବେ ୭୧ ଲକ୍ଷ ଟଙ୍କା
ଆୟର୍ଲାଣ୍ଡ ସରକାର ଜନସଂଖ୍ୟା ବୃଦ୍ଧି ପାଇଁ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଯିଏ ଏଠାରେ ସମ୍ପତ୍ତି କିଣି ରହିବ ତାଙ୍କୁ ୭୧ ଲକ୍ଷ ଟଙ୍କା ଦିଆଯିବ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଆୟର୍ଲାଣ୍ଡର ୩୦ ଦ୍ୱୀପପୁଞ୍ଜରେ ପରିତ୍ୟକ୍ତ ସମ୍ପତ୍ତିର ବ୍ୟବହାର ଏବଂ ପୁନରୁଦ୍ଧାର କରିବା। ଏହି ଯୋଜନା ଜୁଲାଇ ପହିଲାରୁ ଆରମ୍ଭ ହୋଇଛି। ଯୋଜନା ନିମନ୍ତେ ୩୦ ଅଗଷ୍ଟ ପର୍ଯ୍ୟନ୍ତ ପଞ୍ଜୀକରଣ କରାଯାଇପାରିବ। ଯେଉଁମାନଙ୍କର ଆୟର୍ଲାଣ୍ଡକୁ ଭିସା ଅଛି ସେମାନେ ପଞ୍ଜିକରଣ କରିପାରିବେ। ତେବେ ଏହି ଯୋଜନା ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରହିଛି। କାଗଜପତ୍ର ଭାବେ ପାସପୋର୍ଟ, ଭିସା, ବୟସ ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା, ମୂଳ ଠିକଣା, ଆୟ,କାର୍ଯ୍ୟ ଦକ୍ଷତା ଏବଂ ଆଇଡି ପ୍ରମାଣପତ୍ର ଆଦି ଜରୁରୀ।
ତଥାପି, ଏହି ଯୋଜନାରେ କିଛି ସର୍ତ୍ତ ମଧ୍ୟ ରହିଛି। ଯୋଜନାର ଲାଭ ଉଠାଇବାକୁ, ଆପଣଙ୍କୁ ଆୟର୍ଲାଣ୍ଡର ଦ୍ୱୀପପୁଞ୍ଜରେ ଏକ ସମ୍ପତ୍ତି କିଣିବାକୁ ପଡିବ। ଏହା ୧୯୯୩ ପୂର୍ବରୁ ନିର୍ମିତ ଏବଂ ଅତି କମରେ ୨ ବର୍ଷ ପାଇଁ ଖାଲି ଥିବା ଏକ ସମ୍ପତ୍ତି ହେବା ଉଚିତ୍। ଏହି ଯୋଜନାରେ ପ୍ରାପ୍ତ ୭୧ ଲକ୍ଷ ଟଙ୍କା ଘର ମରାମତି, ସାଜସଜ୍ଜାରେ ବ୍ୟବହାର କରାଯାଇପାରିବ।
Powered by Froala Editor