୧୫ ୱେବସାଇଟକୁ ନୋଟିସ : ଇ-ସିଗାରେଟ ବିକ୍ରି ବନ୍ଦ କର
ଇ-ସିଗାରେଟ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହି ମତ ଦେବା ପରେ ଭାରତ ସରକାର କଡା ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୨୦୧୯ ମସିହାରୁ ଭାରତରେ ଏହାର ବିକ୍ରୟ ଉପରେ ଏକ ନିଷେଧାଦେଶ ରହିଛି। ଯଦିଓ ଏହା ଅନେକ ୱେବସାଇଟରେ ବିକ୍ରି ଜାରି ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ଦିଗରେ କଠୋର ପଦକ୍ଷେପ ନେଇଛନ୍ତି।
ସରକାରୀ ସୂତ୍ର ଅନୁଯାୟୀ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଭାରତରେ ନିଷିଦ୍ଧ ଇ-ସିଗାରେଟ ବିକ୍ରୟ କରୁଥିବା ୧୫ ଟି ୱେବସାଇଟକୁ ନୋଟିସ ପଠାଇଛି । ବିଜ୍ଞାପନ ତଥା ଉତ୍ପାଦ ବିକ୍ରୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୋଟିସ ଜାରି ପରେ ୧୫ ୱେବସାଇଟ ମଧ୍ୟରୁ ୪ଟି କମ୍ପାନୀ ସେମାନଙ୍କ ବିଜ୍ଞାପନ ଓ ବିକ୍ରି ବନ୍ଦ କରିଦେଇଛନ୍ତି । ନୋଟିସକୁ କାର୍ଯ୍ୟକାରୀ କରୁ ନ ଥିବା ୱେବସାଇଟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
Powered by Froala Editor