NDAକୁ ଟକ୍କର ଦେବ INDIA ମେଣ୍ଟ
ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଦଳର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ବିରୋଧୀ ଦଳର ୨୬ ଦଳ ଏକାଠି ହୋଇଥିଲେ। ଏହି ବୈଠକରେ ବିରୋଧୀ ଦଳର ମିଳିତ ମଞ୍ଚର ନାମ INDIA ବୋଲି ନିଷ୍ପତ୍ତି ନିଆଯାଇଛି। ବିରୋଧୀ ଦଳର ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଆମର ଏକତା ଦେଖି ମୋଦୀଜୀ ଏବେ ୩୦ଟି ଦଳର ବୈଠକ ଡାକିଛନ୍ତି। ପ୍ରଥମେ ମୋଦୀଜୀ ମେଣ୍ଟ ନେଇ କୌଣସି କଥା କହୁ ନଥିଲେ । ଏବେ କିନ୍ତୁ ସେ ନେଇ ତତ୍ପର ହୋଇଉଠିଛନ୍ତି।
ଖଡ଼ଗେ କହିଛନ୍ତି ଯେ, ସମନ୍ୱୟ ପାଇଁ ୧୧ ଜଣ ସଦସ୍ୟଙ୍କ ଏକ କମିଟି ଗଠନ ହେବ ଏବଂ ଖୁବ୍ ଶୀଘ୍ର ଏକ କାର୍ଯ୍ୟାଳୟ ଗଠନ କରାଯିବ। ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଆମର ପରବର୍ତ୍ତୀ ମୁମ୍ବାଇ ଇଭେଣ୍ଟରେ ଏହା ଘୋଷଣା କରାଯିବ।
ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, “ଏଥର ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ ଲଢେଇ ହେବ । ନରେନ୍ଦ୍ର ମୋଦୀ ଏବଂ ଇଣ୍ଡିଆ ମଧ୍ୟରେ ଲଢେଇ ହେବ। ଆମେ ନିଷ୍ପତ୍ତି ନେଇଛୁ ଯେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବୁ । ଏକାଠି ହୋଇ ଆମେ ଆମର ଆଦର୍ଶ ଏବଂ ଆମେ କଣ କରିବାକୁ ଯାଉଛୁ ସେ ବିଷୟରେ ଦେଶବାସୀଙ୍କୁ ଜଣାଇବୁ।
Powered by Froala Editor