ପାଣିଆ ଡାଲି ପାଇଁ ହିଂସ୍ର ହୋଇଗଲା ସ୍ୱାମୀ : ସ୍ତ୍ରୀ, ଦୁଇ ଝିଅଙ୍କୁ ଶିଳପୁଆରେ ଛେଚି ମାରିଦେଲା
ଉତ୍ତରପ୍ରଦେଶର ମହୋବାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ନୃଶଂସ ସ୍ୱାମୀ ସ୍ତ୍ରୀ ସହ ଦୁଇ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଦୋଷ କେବଳ ଏତିକି ଥିଲା ଯେ, ସ୍ତ୍ରୀ ଡାଲି କରୁକରୁ ପାଣିଆ ହୋଇଯାଇଥିଲା । ଏତିକି କଥାରେ ସ୍ୱାମୀ ରାଗିଯାଇ ମା’ ସହ ପିଲାଙ୍କୁ ମାରିଦେଇଛି ।
ସୂଚନା ମୁତାବକ ମହୋବା ସହରର ସମଦନଗରରେ ଅଭିଯୁକ୍ତ ଦେବେନ୍ଦ୍ର ପତ୍ନୀ ରାମକୁମାରୀ ଓ ଦୁଇ ଛୁଆଙ୍କ ସହ ରୁହନ୍ତି । ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ ଦେବେନ୍ଦ୍ର ଓ ରାମକୁମାରୀ ଝଗଡା କରୁଥିଲେ । ସୋମବାର ରାତିରେ ଖାଦ୍ୟରେ ପାଣିଆ ଡାଲିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହି ବିବାଦ ଏତେ ବଢିଯାଇଥିଲା ଯେ ଦେବେନ୍ଦ୍ର ତାଙ୍କର ଦୁଇ ନିରୀହ ଝିଅ ୯ବର୍ଷର ଆରୁଶୀ ଏବଂ ୬ ବର୍ଷର ସୋନାକ୍ଷୀଙ୍କୁ ଏବଂ ପରେ ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବରେ ଶିଳପୁଆରେ ଛେଚି ହତ୍ୟା କରିଥିଲା । ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୁଲିସ ଦେବେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Powered by Froala Editor