ବିଲରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ କୁରୁମକେଲ ବେଲସରିଆପଡ଼ା ବିଲରୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଛୁରିରେ ଭୁସିବା ପରେ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ଯୁବତୀଙ୍କ ନାମ ସ୍ନିଗ୍ଧା ପ୍ରଧାନ। ସେ ଘର ହେମଗିର ବ୍ଲକ୍ ଟିକିଲିପଡା ଭଗୁଆ ପ୍ରଧାନଙ୍କ ଝିଅ।
ଯୁବତୀଜଣକ ତେଲେନଡିହିରେ ପୋଷ୍ଟମାଷ୍ଟର ଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ତାଙ୍କ ପୁରୁଷ ବନ୍ଧୁ କୁହାଯାଉଥିବା ଜଣେ ଯୁବକଙ୍କ ସହ ସାମାନ୍ୟ ଝଗଡ଼ା ହୋଇଥିଲା। ଏହା ପରଠାରୁ ସେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଆଜି ସକାଳୁ ଗାଁ ପାଖ ବିଲରୁ ତାଙ୍କ ମୃତଦେହ ଠାବ ହୋଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଲେଫ୍ରିପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor