କରାଚିରେ ଭଙ୍ଗାଗଲା ମାରି ମାତା ମନ୍ଦିର

ପାକିସ୍ତାନର କରାଚିରେ ଥିବା ପ୍ରାୟ ୧୫୦ ବର୍ଷ ପୁରୁଣା ମାରି ମାତା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ଏହି ମନ୍ଦିର ଜରାଜୀର୍ଣ୍ଣ ହୋଇଯାଇଥିଲା । ତେଣୁ ଅଘଟଣକୁ ଦୃଷ୍ଟିରେ ରଖି ଭାଙ୍ଗିଦିଆଯାଇଥିବା କୁହାଯାଇଛି। ମନ୍ଦିରଟି ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଏହା ଭଙ୍ଗା ଯାଇଥିଲା।
କରାଚିର ସୋଲଜର ବଜାରରେ ଅବସ୍ଥିତ ଥିବା ଏହି ମନ୍ଦିରକୁ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଉପସ୍ଥିତିରେ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା। ଏହା ହିନ୍ଦୁ ସମ୍ପ୍ରଦାୟକୁ କ୍ରୋଧିତ କରିଛି। ସେମାନେ ତୁରନ୍ତ ପାକିସ୍ତାନ-ହିନ୍ଦୁ ପରିଷଦ, ସିନ୍ଧ ମୁଖ୍ୟମନ୍ତ୍ରୀ ସୟଦ ମୁରାଦ ଅଲି ଶାହା ଏବଂ ସିନ୍ଧ ପୋଲିସର ଇନ୍ସପେକ୍ଟର ଜେନେରାଲଙ୍କୁ ନିବେଦନ କରିଛନ୍ତି।
ମନ୍ଦିର ଭାଙ୍ଗିବାର ଖବର ଜଣାପଡିବା ପରେ ପାକିସ୍ତାନ ସରକାର କହିଛନ୍ତି ଯେ ଏହା ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ପୂଜାପାଠ ସ୍ଥାନ ଭାଙ୍ଗି କୌଣସି ବ୍ୟବସାୟିକ କୋଠା ନିର୍ମାଣ କରିବାକୁ ଅନୁମତି ଦେବୁ ନାହିଁ।
Powered by Froala Editor