ସୀମା ପାକିସ୍ତାନୀ ଗୁପ୍ତଚର ହୋଇପାରନ୍ତି, ତୁରନ୍ତ ଦେଶ ଛାଡନ୍ତୁ

PUBG ଖେଳରୁ ସଚିନଙ୍କ ପ୍ରେମରେ ପଡିଯାଇଥିଲେ ସୀମା । ପାକିସ୍ତାନ ସୀମା ଡେଇଁ ନୋଏଡା ପର୍ଯ୍ୟନ୍ତ ଆସିଗଲେ । ହେଲେ ଦିନକୁ ଦିନ ସୀମାଙ୍କ ପାଇଁ ବିବାଦ ବଢିଚାଲିଛି । ଅବୈଧ ଭାବେ ଭାରତ ପ୍ରବେଶକୁ ବିରୋଧ କରିଛି 'ଗୋ ରକ୍ଷା ହିନ୍ଦୁ ଦଳ'। 72 ଘଣ୍ଟା ମଧ୍ୟରେ ଦେଶ ଛାଡନ୍ତୁ କିମ୍ବା ଅନ୍ୟ କିଛି ଉପାୟ ବାହାର କରିବାକୁ ଚେତାବନୀ ଦେଇଛି ସଂଗଠନ । ସଂଗଠନର ଜାତୀୟ ସଭାପତି ବେଦ ନାଗର ଏକ ଭିଡିଓ ଜାରି କରି କହିଛନ୍ତି ଯେ, "ସୀମା ହୈଦର ଜଣେ ପାକିସ୍ତାନୀ ଗୁପ୍ତଚର ହୋଇପାରନ୍ତି।"
ସେ ଆହୁରି କହିଛନ୍ତି, ପାକିସ୍ତାନର ସୀମା ଗୁଲାମ ହୈଦର(30) ଏବଂ ସଚିନ ମୀନା(25) ଅନଲାଇନ୍ ଗେମ୍ PUBG ରେ କଥା ହେବାବେଳେ ପ୍ରେମରେ ପଡିଥିଲେ। ସେ ନେପାଳ ଦେଇ ଭାରତକୁ ବେଆଇନ ଭାବେ ପ୍ରବେଶ କରିବା ପରେ ଗ୍ରେଟର ନୋଏଡାର ରାବପୁରା ଅଞ୍ଚଳରେ ରହୁଛନ୍ତି। ଆମେ କେବେ ଆତଙ୍କବାଦୀ ଦେଶର ଜଣେ ମହିଳାଙ୍କୁ ସହ୍ୟ କରିପାରିବୁ ନାହିଁ। ଯଦି ସୀମା 72 ଘଣ୍ଟା ମଧ୍ୟରେ ଦେଶ ନ ଛାଡନ୍ତି ତେବେ ଆମେ ଆନ୍ଦୋଳନ କରିବୁ। ଅନ୍ୟପକ୍ଷରେ ଜାତୀୟ ଗଣମାଧ୍ୟମ ସହ ବାର୍ତ୍ତାଳାପ କରିବା ସମୟରେ ସୀମା ଗୁପ୍ତଚର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, 'ଯଦି ଏପରି କିଛି ଥାଏ ତେବେ ସତ ପଦାକୁ ଆସିବ।'
Powered by Froala Editor