ଶୋଇଥିବା ପିଲା ଉପରେ ଚଢ଼ିଗଲେ ଯବାନ
ଜଣେ ଆରପିଏଫ ଯବାନ ଶୋଇଥିବା ଯୁବକଙ୍କ ବେକରେ ଚଢ଼ିଯିବା ଘଟଣାକୁ ନିନ୍ଦା କରାଯାଇଛି । ଉତ୍ତରପ୍ରଦେଶର ବାଲିଆ ରେଲୱେ ପ୍ଲାଟଫର୍ମରୁ ଏ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବାଳକ ରେଳ ପ୍ଲାଟଫର୍ମରେ ଶୋଇପଡ଼ିଛି। ଉକ୍ତ ବାଳକ ନିକଟକୁ ଯାଇ ଆରପିଏଫ ଯବାନ ତାର ବେକକୁ ଗୋଡ଼ରେ ଚାପ ପକାଇ ଉଠାଉଛନ୍ତି।
ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଲୋକେ କହୁଥିଲେ, ‘ଆରପିଏଫ ଯବାନ ମାନବିକତା କ’ଣ ଭୁଲିଗଲେ କି? ବାଳକଙ୍କ ସହିତ ଏପରି କାମ କେମିତି କରିପାରିଲେ? ତାଙ୍କ ବିବେକ କ’ଣ ଥରଟେ ବାଧା ଦେଲାନାହିଁ? ତୁରନ୍ତ ଉକ୍ତ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଦାବି ଓ ଘଟଣାକୁ ଗମ୍ଭୀରତା ସହ ନେଇ ଉକ୍ତ ଆରପିଏଫ ଯବାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।
Powered by Froala Editor