ପାଟଣା ରେଞ୍ଜରେ ମାତିଛି ଦନ୍ତା
ପାଟଣା : ପାଟଣା ରେଞ୍ଜରେ ମାତିଛି ଗୋଠ ଛଡା ଦନ୍ତା। ବିଳମ୍ବିତ ରାତିରେ ଖିରେଇଟାଙ୍ଗୀରୀ ଗ୍ରାମର ବଳଭଦ୍ର ନାଏକଙ୍କ ଘର ଭାଙ୍ଗି ଖାଇଗଲା ଧାନ। ଅଳ୍ପକେ ଵର୍ତ୍ତିଗଲେ ପରିବାର ଲୋକେ।
କିଛି ମାସ ବ୍ୟବଧାନରେ ପୁଣି ପାଟଣା ରେଞ୍ଜରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି କ୍ଷ ଏକ ଗୋଠ ଛଡା ଦନ୍ତା ରେଞ୍ଜର ଖିରେଇଟାଙ୍ଗୀରୀ ସେକ୍ସନ ଅଞ୍ଚଳରେ ଆତଙ୍କ ଖେଳାଇଛି କ୍ଷ ବିଳମ୍ବିତ ରାତିରେ ଏହି ଦନ୍ତା ଖିରେଇଟାଙ୍ଗୀରୀ ଗ୍ରାମର ବଳଭଦ୍ର ନାଏକଙ୍କ ଘର ଭାଙ୍ଗି ଘର ଭିତରେ ଥିବା ଧାନ ଖାଇ ନଷ୍ଟ କରିଦେଇଛି। ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀ କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏବେ ଏହି ଦନ୍ତା ବେଲଦା ଗାଁ ନିକଟ ଜଙ୍ଗଲରେ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଖୁବ ଶୀଘ୍ର ହାତୀକୁ ଘଉଡାଇବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Powered by Froala Editor