ପିକ୍ଅପ୍ ଧକ୍କାରେ ଶିଶୁକନ୍ୟା ମୃତ
ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଗଣ୍ଡାଗୁଡ଼ା ଗାଁରେ ପିକ୍ଅପ୍ ଧକ୍କାରେ ଶିଶୁକନ୍ୟା ମୃତ । ମୃତକ ହେଲେ ସେହି ଗାଁର ଲୁସିଆନ ନାୟକଙ୍କ ଝିଅ ଦୀପ୍ତି ନାୟକ। ଶିଶୁ କନ୍ୟାର ମୃତ୍ୟୁ ପରେ ଉତ୍ତେଜିତ ଗାଁ ଲୋକେ ପିକ୍ଅପ୍ ଗାଡ଼ିର ଡ୍ରାଇଭରକୁ ମାଡ଼ ମାରିଥିଲେ । ଖବର ପାଇ ଅଡ଼ବା ଥାନା ପୋଲିସ ଗକ୍ଷଣ୍ଡଗୁଡା ଗାଁରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ କରୁଛି । ମୋହନା ଅଞ୍ଚକର ଜଣେ ବ୍ୟକ୍ତି ଏକ ପିକ୍ଅପ୍ ଭ୍ୟାନ୍ରେ କିଛି ପରିବା ସହ କିଛି ଜିନିଷ ବିକ୍ରି ପାଇଁ ଗଣ୍ଡାଗୁଡ଼ା ଗାଁକୁ ଯାଉଥିଲେ । ଏହି ସମୟରେ ଶିଶୁ କନ୍ୟାକୁ ଧକ୍କା ଦେଇଥିଲା ପିକ୍ଅପ୍ ଭ୍ୟାନ୍। ଫଳରେ ଘଟଣାସ୍ଥଳରେ ଶିଶୁ କନ୍ୟା ଦୀପ୍ତିର ମୃତ୍ୟୁ ଘଟିଛି ।
Powered by Froala Editor