ଲାଞ୍ଚ ନେଇ ଥାନା ଏଏସ୍ଆଇ ଗିରଫ
ଭୁବନେଶ୍ୱର: ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ସହିଦନଗର ଥାନା ଏଏସ୍ଆଇ ମମତା ବସ୍ତିଆଙ୍କୁ ନିଲମ୍ବିତ କରାଯାଇଛି ।
ଗତ ୧୪ ତାରିଖ ଦିନ ସେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହାପରେ ଭିଜିଲାନ୍ସ ଛାନ୍ଭିନ୍ କରିଥିଲା । ପୂର୍ବରୁ ତାଙ୍କ ନାଁରେ ଅନେକ ଅଭିଯୋଗ ଥିବା ଜଣାପଡ଼ିଛି । ମମତା କଟକ କମିଶନ୍ରେଟ୍ ପୁଲିସ୍ର ବିଭିନ୍ନ ଥାନାରେ କନଷ୍ଟେବଳ ଭାବେ କାର୍ୟ୍ୟ କରିଛନ୍ତି । ସେ ସମୟରେ ମଧ୍ୟ ସେ ଥାନାରୁ ଚୋରି କରନ୍ତି ବୋଲି ଜଣାପଡ଼ିଛି । ଥାନା ଅଧିକାରୀମାନେ ଘଟଣାକୁ ଚାପି ଦେବା ସହ ମମତାଙ୍କୁ ତାଗିଦ କରି ଛାଡ଼ିଦିଅନ୍ତି । ସେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ସବୁ ଘଟଣା ପଦାକୁ ଆସିଛି । ତାଙ୍କ ସ୍ଥାବର-ଅସ୍ଥାବର ସମ୍ପତ୍ତି ମୂଲ୍ୟ ଆକଳନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
Powered by Froala Editor