ଶ୍ୱାସରୁଦ୍ଧ ହୋଇ ୨ ମୃତ
ଫୁଲବାଣୀ: ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ଜୀବନ ଅକାଳରେ ଝଡ଼ିପଡ଼ିଛି । ପାଇଖାନା ଟାଙ୍କି ସଫାବେଳେ ଏହି ଅଘଟଣ ଘଟିଛି । ଫୁଲବାଣୀ ଟାଉନ ଥାନା ପିଟବାଡ଼ି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ଶ୍ୱାସରୁଦ୍ଧ ହୋଇ ଘର ମାଲିକ ଓ ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଛି ।
ପ୍ରକାଶ ଯେ, ପିଟବାଡ଼ି ଗ୍ରାମରେ ସଞ୍ଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପାଇଖାନା ଟାଙ୍କି ସଫା କରାଯାଉଥିଲା । ମୋଟ ୩ ଜଣ ଶ୍ରମିକ ଏହି କାମରେ ନିୟୋଜିତ ହୋଇଥିଲେ । ତେବେ ଶ୍ରମିକଙ୍କ ମଧ୍ୟରୁ ସଞ୍ଜୟ କୁଅଁର ନାମକ ଜଣେ ଶ୍ରମିକ ପାଇଖାନା ଟାଙ୍କିରେ ପଶିଥିଲେ । ତେବେ ସେ ତା’ ଭିତରେ ଗୁରୁତର ହୋଇପଡ଼ିବାରୁ ଘର ମାଲିକ ଶ୍ରୀ ପ୍ରଧାନ ଟାଙ୍କି ଭିତରେ ପଶିଥିଲେ । ଫଳରେ ସେ ବି ଟାଙ୍କି ଭିତରେ ଗୁରୁତର ହୋଇପଡ଼ିଥିଲେ । ପରେ ଘର ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor