ଆସ..ଆସ...କିଏ ନେବ ଇଲିଶି
ଚାକିରି କରିବ ପୁଲିସ । ମାଛ ଖାଇବ ଇଲିଶି । ନା ନା ....ଖାଲି ପୁଲିସ ବାବୁ ନୁହେଁ ଏଣିକି ସମସ୍ତେ ଖାଇବେ ଇଲିଶି । କାହିଁକି ନା ଶସ୍ତା ହୋଇଯାଇଛି ଇଲିଶି ମାଛ । କିଲୋ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ଏପରି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମାଛ ମାର୍କେଟରୁ। ସମୁଦ୍ରରୁ ପ୍ରଚୁର ପରିମାଣର ଇଲିଶି ମିଳୁଥିବାରୁ ଇଲିଶି ଶସ୍ତା ହୋଇଥିବା ମତ୍ସ୍ୟଜୀବୀମାନେ ମତପ୍ରକାଶ କରିଛନ୍ତି।
ଖବର ଅନୁସାରେ, ପ୍ରତିଦିନ ପରି ଶୁକ୍ରବାର ଓ ଶନିବାର ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ। ଫେରିଲା ବେଳେ ୩୪ରୁ ୪୦ ଟନ୍ ଇଲିଶି ଧରି ଫେରିଥିଲେ। ମୌସୁମୀର ପ୍ରଥମ ଛୁଆଁ ଯୋଗୁ ପାଗ ଅନୁକୂଳ ଥିବାରୁ ଗଭୀର ସମୁଦ୍ରରୁ ପ୍ରଚୁର ପରିମାଣର ଇଲିଶି ଜାଲରେ ପଡ଼ିଥିଲେ। ଅନେକ ସମୟରେ ଖାଲି ହାତରେ ଫେରୁଥିବା ମତ୍ସ୍ୟଜୀବୀମାନେ ହଠାତ ଏତେ ପରିମାଣର ଇଲିଶି ଦେଖି ଆଚମ୍ୱିତ ହୋଇଥିଲେ। ଆଗକୁ ଆହୁରି ଅଧିକ ଇଲିଶି ମିଳିବ। ତେଣୁ ଇଲିଶି ଶସ୍ତା ହେବ ବୋଲି ଆଶା କରାଯାଉଛି। ଭୋଗରାଇ ବଜାରରେ ୧ କେଜି ଇଲିଶି ହଜାରେ ଟଙ୍କାରେ ବିକ୍ରି ହୋଇଥିବା ବେଳେ ୫୦୦ ଗ୍ରାମର ମାଛ ୫୫୦ ଟଙ୍କା ଏବଂ ୫୦୦ ଗ୍ରାମରୁ କମ୍ ଓଜନର ମାଛ ୨୫୦ରୁ ୩୦୦ ଟଙ୍କାରି ବିକ୍ରି ହୋଇଛି ।
Powered by Froala Editor