ବର୍ଷା-ଅନୁଭବ ବିବାଦ : ୩ ମାସରେ ରାୟ ଶୁଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି। ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାର ପୂର୍ଣ୍ଣଚ୍ଛେଦ ପାଇଁ ହାଇକୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ପରିବାର ଅଦାଲତରେ ଫଇସଲା ବିଳମ୍ବ ହେଉଥିଲା ଦର୍ଶାଇ ହାଇକୋର୍ଟ ଯାଇଥିଲେ ଅନୁଭବ ମହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶର ଉଲ୍ଲଙ୍ଘନ ହେଉଥିବା ଦର୍ଶାଇଥିଲେ ଅନୁଭବଙ୍କ ଓକିଲ। ବର୍ଷାଙ୍କୁ ଅହେତୁକ ଅନୁକମ୍ପା ଦର୍ଶାଯାଉଥିବା ହାଇକୋର୍ଟରେ ଅଭିଯୋଗ ହୋଇଥିଲା। ଅନୁଭବଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର୍ଙ୍କ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୩୧ ସୁଦ୍ଧା ଜେରା ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ଅକ୍ଟୋବର ୩୧ ସୁଦ୍ଧା ଛାଡପତ୍ର ମାମଲାର ଫଇସଲା ହୋଇପାରେ ବୋଲି ଆଶା କରାଯାଉଛି।
Powered by Froala Editor