ମଦୁଆ ମାଙ୍କଡର ଉତ୍ପାତ : ୩ ମାସରେ ୪ ହଜାର ଲୋକଙ୍କୁ କାମୁଡିଲାଣି
ନେପାଳର ରାଜଧାନୀ କାଠମାଣ୍ଡୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ମଦୁଆ ମାଙ୍କଡ ଆତଙ୍କ ଖେଳାଇଛି । ଗତ ୩ ମାସ ହେଲାଣି ଏମିତି ଉତ୍ପାତ କରୁଛି ମଦୁଆ ମାଙ୍କଡ଼। ୪ ହଜାର ଲୋକଙ୍କୁ କାମୁଡ଼ିଲାଣି। କାଠମାଣ୍ଡୁ ଶୁକ୍ରରାଜ ଟ୍ରପିକାଲ୍ ଆଣ୍ଡ ଇନ୍ଫେକ୍ସିଅସ ଡିଜିଜ୍ ହସ୍ପିଟାଲ୍(STIDH)ରେ ମାଙ୍କଡ଼ କାମୁଡ଼ାର ଶିକାର ହୋଇଥିବା ଲୋକମାନଙ୍କର ଚିକିତ୍ସା ଚାଲିଛି।
ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ୨-୩ ମାସ ହେଲା ଗୋଟିଏ ମାଙ୍କଡ଼ ମଦ ପିଇ ଉତ୍ପାତ କରୁଛି। ପୂର୍ବରୁ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ମାଙ୍କଡ଼ଟି ଆଖପାଖ ଦୋକାନକୁ ଯାଉଥିଲା। ସେଠାରେ ମଦ ଦୋକାନରେ ମଦ ପିଉଥିବା ଲୋକମାନଙ୍କ ସହ ମାଙ୍କଡ଼ ବି ମଦ ପିଇଲା। ଲୋକମାନେ ମଧ୍ୟ ତାକୁ ଗ୍ଲାସ୍ରେ ମଦ ପିଆଉଛନ୍ତି। ମଦ ନିଶାରେ ମାଙ୍କଡ଼ ବଜାରରୁ ଫେରୁଛି। ଲୋକଙ୍କୁ କାମୁଡ଼ି ଗୋଡ଼ାଉଛି।
କିନ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ, ଜୁଲାଇ ଓ ଅଗଷ୍ଟରେ ସର୍ବାଧିକ ମାଙ୍କଡ଼ ଆକ୍ରମଣର ଶିକାର ହୋଇଛନ୍ତି ନେପାଳୀ ଲୋକେ। ଗତ ୧୪ ବର୍ଷର ରେକର୍ଡ ଦେଖିଲେ ଜୁଲାଇ ଓ ଅଗଷ୍ଟରେ ମାଙ୍କଡ଼ କାମୁଡ଼ା ଘଟଣା ସର୍ବାଧିକ। ଏହାର ଅର୍ଥ ମାଙ୍କଡ଼ମାନେ ଏହି ସମୟରେ ଅଧିକ ଆକ୍ରମଣାତ୍ମକ ହୋଇଯାଆନ୍ତି।
Powered by Froala Editor