ଘର ବିକ୍ରି ଟଙ୍କା ଓ ସବୁ ଗହଣା ନେଇ ଚାଲି ଆସିଥିଲେ ସୀମା
ପବଜୀ ଖେଳରୁ ହୋଇଗଲା ପ୍ରେମ । ପାକିସ୍ତାନ ସୀମା ଡେଇଁ ସଚିନଙ୍କ ପାଖକୁ ଚାଲି ଆସିଲେ ସୀମା । ଏବେ ସେମାନଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସମସ୍ତଙ୍କ ମୁହଁରେ ଏବେ ରହିଛି । ତେବେ ଜାଣିଛନ୍ତି ସୀମା କେତେ ଟଙ୍କା ନେଇ ଭାରତ ଆସିଥିଲେ?
ପାକିସ୍ତାନରେ ଥିବା ସୀମାଙ୍କ ଶଶୁର ମୀର ଜାନ୍ ଜଖରାନୀଙ୍କ କହିବା ମୁତାବକ, ସୀମା ଭାରତ ଯିବା ପୂର୍ବରୁ ଘର ବିକ୍ରି କରିଛନ୍ତି। ସ୍ବାମୀ ଗୁଲାମ ସାଉଦିରୁ ୭ଲକ୍ଷ ଟଙ୍କା ପଠାଇଥିଲେ, ସେସବୁ ଟଙ୍କା ନେଇ ସୀମା ଭାରତ ପଳାଇଛି। ଟଙ୍କା ସହ ସବୁ ସୁନା ଗହଣା ବି ଘରୁ ନେଇ ପଳାଇଛି ସୀମା।
ଅନ୍ୟପକ୍ଷରେ, ସୀମା କହିଛନ୍ତି ଯେ, ଗୁଲାମଙ୍କୁ ସାଉଦି ପଠାଇବା ପାଇଁ ମୁଁ ନିଜ ଗହଣା ବନ୍ଧା ପକାଇଥିଲି। ପିଲାଙ୍କ ପାଇଁ ଗୁଲାମ ଯେଉଁ ସବୁ ଟଙ୍କା ପଠାଇଥିଲେ ତାକୁ ରଖି ଘର କିଣିଛି। ଯେଉଁ ଘର ବିକ୍ରି କରିବା କଥା ମୋ ଶଶୁର କହୁଛନ୍ତି ସେ ଘର ମୋ ନାମରେ ଥିଲା, ପ୍ରଥମ ସ୍ବାମୀଙ୍କ ନାମରେ ନୁହେଁ। ତେବେ ଯାହା ହେଉ ସୀମାଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କ ଉପରେ ପ୍ରତ୍ୟାରୋପ ଲଗାଉଛନ୍ତି ।
Powered by Froala Editor