ବିପର୍ୟ୍ୟୟ ମୁକାବିଲା; ଓଡ଼ିଶାକୁ ୭୦୭ କୋଟି ୬୦ ଲକ୍ଷର ଅନୁଦାନ ପ୍ରଦାନ

ନୁଆଦିଲ୍ଲୀ: ପ୍ରାକୃତିକ ବିପର୍ୟ୍ୟୟକୁ ନଜରରେ ରଖି ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଦେଶରେ ୨୨ଟି ରାଜ୍ୟକୁ ଅନୁଦାନ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିପର୍ୟ୍ୟୟ ପାଣ୍ଠିକୁ କେନ୍ଦ୍ର ୭୫୩୨ କୋଟି ଟଙ୍କା ଦେଇଛନ୍ତି। ଏହି ଅନୁଦାନ ରାଶିର ସର୍ବାଧିକ ଅର୍ଥ ମହାରାଷ୍ଟ୍ର ବିପର୍ୟ୍ୟୟ ପାଣ୍ଠିକୁ ପ୍ରଦାନ କରାଯାଇଛି। ମହାରାଷ୍ଟ୍ରକୁ ୧୪୨୦ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ତେବେ ଓଡ଼ିଶାକୁ ୭୦୭ କୋଟି ୬୦ ଲକ୍ଷର ଅନୁଦାନ ପ୍ରଦାନ କରିଛି କେନ୍ଦ୍ର।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୁପାରିସ ଆଧାରରେ ରାଜ୍ୟଗୁଡିକର ବିପର୍ୟ୍ୟୟ ପ୍ରଶମନ ପାଣ୍ଠି (ଏସ୍ଡିଆର୍ଏଫ୍)କୁ ଉକ୍ତ ପାଣ୍ଠି ଯୋଗାଇ ଦିଆଯାଇଛି । ସାରା ଦେଶରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକାକୁ କୋହଳ କରାଯାଇଛି । ଗତ ବର୍ଷ ରାଜ୍ୟଗୁଡିକୁ ଦିଆଯାଇଥିବା ସହାୟତା ରାଶିର ଉପଯୋଗିତା ପ୍ରମାଣପତ୍ରକୁ ଅପେକ୍ଷା ନ କରି ଏହି ରାଶି ଯୋଗାଇଦେଇଛି କେନ୍ଦ୍ର ।
Powered by Froala Editor