କମ୍ପାନୀ ଭିତରେ ପଶି ହାଣିଲା ପୂର୍ବତନ କର୍ମଚାରୀ : ଏମଡି ଓ ସିଇଓ ମୃତ

ବେଙ୍ଗାଲୁରୁର ଏକ ଟେକ୍ କମ୍ପାନୀର ପୂର୍ବତନ କର୍ମଚାରୀ ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛି । ମୃତକ ଦ୍ୱୟ ହେଲେ ଏରୋନିକ୍ସ ଇଣ୍ଟରନେଟ କମ୍ପାନୀର ଏମ୍ଡି ଫଣିନ୍ଦ୍ର ସୁବ୍ରମଣ୍ୟମ ଓ ସିଇଓ ବିନୁ କୁମାର। ଅଭିଯୁକ୍ତର ନାଁ ଫେଲିକ୍ସ ବୋଲି ଜଣାପଡ଼ିଛି। ସେ ଫେରାର ହୋଇଯାଇଛି। ଏମଡି ଓ ସିଇଓ ଅଫିସରେ ଥିବା ସମୟରେ ହିଁ ହତ୍ୟାକାଣ୍ଡ ଘଟିଛି ।
ଫେଲିକ୍ସ ଅଫିସରେ ପସି ଦୁଇଜଣଙ୍କୁ ଖଣ୍ଡାରେ ହାଣିଦେଇଥିଲା । କିଛି ସମୟରେ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ହେଲେ ଅଧା ବାଟରେ ହିଁ ଦୁହେଁ ମୃତ୍ୟୁବରଣ କରିଥିଲେ ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଫେଲିକ୍ସ ମଧ୍ୟ ଟେକ୍ ସହ ସମ୍ବନ୍ଧିତ ବିଜନେସ୍ ଚଲାଉଥିଲା । ବର୍ଷେ ହେଲା ଏହି କମ୍ପାନୀ ଖୋଲିଛି। ଫେଲିକ୍ସ ପ୍ରଥମେ ଏଠାରେ କାମ କରୁଥିଲା। କିନ୍ତୁ ସେ ଏହି କମ୍ପାନୀ ଛାଡ଼ି ନିଜର ସଂସ୍ଥା ଖୋଲିଥିଲା। ଫଣିନ୍ଦ୍ର ଓ ବିନୁ ଯେଉଁ ବ୍ୟବସାୟ କରୁଥିଲେ ଫେଲିକ୍ସ ବି ସେହି ବ୍ୟବସାୟ କରୁଛି। ତେବେ ଫଣିନ୍ଦ୍ର ସୁବ୍ରମଣ୍ୟମ ତାକୁ ହଇରାଣ କରୁଥିଲେ। ସେଥିପାଇଁ ତାଙ୍କ ଉପରେ ରାଗ ରଖିଥିଲା ଫେଲିକ୍ସ।
Powered by Froala Editor